କାଲିପୋଇରେ ବଧୂହତ୍ୟା ଅଭିଯୋଗ, ୩ ଗିରଫ

କଳାପଥର (ବାଙ୍କୀ ):କଟକ ଜିଲା ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କାଲିପୋଇ ଗ୍ରାମ ଗୌଡ଼ ସାହିରେ ଜଣେ ଵିଭାହିତାଙ୍କୁ ଅଧିକ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଗିରଫ କରାଯାଇଛିବୋଲି ବୈଦେଶ୍ବର ପୁଲିସ ସୂଚନା ଦେଇଛି। କାଲିପୋଇ ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ନିରଞ୍ଜନ ବେହେରା ୩ବର୍ଷ ତଳେ ସେ ବଡ଼ମ୍ବା ଥାନା ଗୋପୀନାଥପୁର ଗ୍ରାମର ଫକିର ନାୟକଙ୍କ ଝିଅ ପାର୍ବତୀ ନାୟକଙ୍କୁ ଦ୍ବିତୀୟ ବିବାହ କରିଥିଲେ।
ବିବାହ ସମୟରେ ପାର୍ବତୀଙ୍କ ପରିବାର ପକ୍ଷରୁ ଯଥା ସମ୍ବବ ଯୌତୁକ ନିରଞ୍ଜନ ବେହେରା ଙ୍କୁ ପ୍ରଦାନ କରାଯାଇଥିଲା. ତେବେ ପୁନର୍ବାର ନିରଞ୍ଜନ ଆଉ ତାର ବାପା ଓ ବୋଉ ଟଙ୍କା ସହ ଆସବାପତ୍ର ଜିନିଷ ଦାବୀ କରୁଥିବା ଏତଲା ରେ ଦର୍ଶଯାଇଛି. ଏଥିପାଇଁ ପାର୍ବତୀ କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ପାର୍ବତୀ ଙ୍କ ମା ବାପା ଅଭିଯୋଗ କରିଛନ୍ତି। ଗତ କାଲି ବୁଧବାର ନିଜ ବାପ ଘର ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଘରୁ ଶାଶୁଘର କାଲିପୋଇକୁ ଆସିଥିଲେ।

 

ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ବାଙ୍କୀ ଉପଖଣ୍ଡ ଚିକତ୍ସାଳୟ କୁ ପଠାଇଛନ୍ତି। ପାର୍ବତୀ ର ସ୍ବାମୀ ନିରଞ୍ଜନ ବେହେରା, ଶାଶୁ ପ୍ରମିଳା ବେହେରା ଓ ଶଶୁର ଗଙ୍ଗାଧର ବେହେରଙ୍କୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ରିପୋର୍ଟ ଆସବା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଉକ୍ତ ପରିବାର ପ୍ରଥମ ବୋହୁ ର ମୁହଁ ରେ ତକିଆ ଚାପି ଶ୍ୱାସ ରୁଦ୍ଧ କରି ମାରି ଦେଇ ଆତ୍ମ ହତ୍ୟା ର ରୂପରେଖ ଦେଇଥିଲେ. ତଦନ୍ତ ସହ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ପୁଅ ନିରଞ୍ଜନ ବେହେରା, ବାପା ଗଙ୍ଗାଧର ବେହେରା ଏବଂ ମା ପ୍ରମିଳା ବେହେରା ଙ୍କ ସମେତ ଜ୍ୱାଇଁ ସୁଦର୍ଶନ ବେହେରା ଜେଲ ଦଣ୍ଡ ଭୋଗୀ ବେଲରେ ଆସିଥିଲେ। ପୁନର୍ବାର ଦ୍ବିତୀୟ ବୋହୂକୁ ଯୋତୁକ ନିର୍ଯାତନା ରେ ମାରିଦେଇଥିବା ଅନୁମାନ କରାଯାଉଥିବରୁ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣା ସତ୍ୟ  ହୋଇଥିଲେ କଠୋର ଦଣ୍ଡ ଦେବାକୁ ମୃତା ପାର୍ବତୀର ବାପଘର ପରିବାର ଦୃଢ଼ ଦାବୀ କରିଛନ୍ତି।

Comments are closed.