www.samajalive.in
Sunday, December 14, 2025
26.1 C
Bhubaneswar

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

କଲମପୁର : ଗୁରୁବାର କଲମପୁର ମୁଖ୍ୟ ବଜାର ନିକଟରେ ଗୋଟିଏ ଅଜଣା ବାଇକ ଧକ୍କାରେ ଜଣେ ଆରୋହୀ ଗୁରୁତର ହେଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଗୋପାଳପୁର ନିକଟସ୍ତ ଜାମଗୁଡା ଗ୍ରାମର ଦଶରଥ ନାଏକ ନାମକ ବ୍ୟକ୍ତି ଏକ ବାଇକ ଯୋଗେ କଲମପୁର ଆସିଥିଲେ। ନିଜ କାର୍ଯ୍ୟ ସାରି ପୁଣି ଥୁଆମୁଳ ରାମପୁର ରାସ୍ତାରେ ଫେରୁଥିବା ବେଳେ କଲମପୁର ମୁଖ୍ୟ ବଜାରରେ ବିପରିତ ଦିଗରୁ ଆସୁଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା।  ଫଳରେ ଦଶରଥ ଛିଟିକି ପଡି ଗୁରୁତର ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଗୁରୁତର ଦଶରଥକୁ ଉଦ୍ଧାର ପରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

- Advertisement -

ଗତ ବର୍ଷ କେବଳ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଯୋଗୁଁ ଅଞ୍ଚଳର ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଏଥିପ୍ରତି ପୁଲିସ ଏବଂ ପରିବହନ ବିଭାଗ ଗୁରୁତ୍ୱ ଦେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରିଲେ  ଦୁର୍ଘଟଣା ରୋକାଯାଇ ପାରିବ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories