www.samajalive.in
Saturday, December 13, 2025
21.1 C
Bhubaneswar

ନାବାଳକକୁ ଟାଙ୍ଗିଆରେ ହାଣି ହତ୍ୟା

ଉଦ୍ଧାର ପାଇଁ ଯାଇଥିବା ଭାଇକୁ ଧନୁ ତୀରରେ ଆକ୍ରମଣ

କଲମପୁର: କଳାହାଣ୍ଡି ଜିଲା ଥୁଆମୁଳ ଭଟ୍ଟାଗୁଡ଼ାର ନାବାଳକ ଅନୀଲ ମାଝି (୧୦)କୁ ସେହି ଗ୍ରାମର ଜୟସିଂ ଜାନୀ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିବା ଘଟଣା ଥୁଆମୁଳ ରାମପୁର ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏପରିକି ଅନୀଲକୁ ଉଦ୍ଧାର ପାଇଁ ଯାଇଥିବା ତା’ ବଡ଼ ଭାଇକୁ ଭୟସିଂ ଧନୁ ତୀର ଦ୍ୱାରା ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ ଥୁଆମୁଳ ରାମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

- Advertisement -

ବୁଧବାର ଅପରାହ୍ନରେ ଥୁଆମୁଳ ରାମପୁର ଥାନା ଅଧୀନ ଥୁଆମୁଳ ଭଟ୍ଟାଗୁଡ଼ାର ଘାସିରାମ ମାଝୀଙ୍କ ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ କୌଣସି କାରଣ ନଥାଇ ଏକ ଟାଙ୍ଗି ଧରି ଗୋଡ଼ାଇଥିଲା। ବାଳକଟି ଭୟରେ ଦୌଡୁଥିବା ବେଳେ ଜୟସିଂ ତା’ ପଛରେ ରହି ପିଠି ଓ ମୁଣ୍ଡକୁ ଟାଙ୍ଗିଆ ଦ୍ୱାରା ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଥିଲା। ତାକୁ ଉଦ୍ଧାର ପାଇଁ ଯାଇଥିବା ବଡ଼ଭାଇ ଦେବାନନ୍ଦକୁ ମଧ୍ୟ ଜୟସିଂ ଧନୁତୀରରେ ବିନ୍ଧି ଦେବା ଦ୍ୱାରା ଦେବାନନ୍ଦର ଗୋଡ଼ରେ ଗଭୀର ଆଘାତ ଲାଗିଛି। ସେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଇ ଚିକିତ୍ସିତ ହେଉଛି। ଅନ୍ୟ ଜଣେ ବୃଦ୍ଧ ଚାମା ଜାନୀ ମଧ୍ୟ ଜୟସିଂର ଆକ୍ରମଣରେ ଗୁରୁତର ହେଇଥିବା ସୂଚନା ମିଳିଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଥୁଆମୁଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ପହଞ୍ଚି ଶବ ଜବତ କରିଥିବା ବେଳେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛନ୍ତି। ଆସନ୍ତାକାଲି ଭବାନୀପାଟଣାରୁ ଏକ ବିଶେଷଜ୍ଞ ଦଳ ପହଞ୍ଚିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଘଟଣାର ଅନ୍ତରାଳେ କୌଣସି ଶତ୍ରୁତା ନଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories