କଲମପୁର: ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛନ୍ତି। ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମାରାତ୍ମକ ରୋଗ ସଂକ୍ରମଣକୁ ରୋକିବା ପାଇଁ ମଶାରୀ ବ୍ୟବହାର ନେଇ ଗୁରୁତ୍ବ ଦିଆଯାଇଛି। ଗତ ୨୦୧୭ ମସିହାରୁ କୀଟନାଶକ ଔଷଧ ବୋଳା ମଶାରୀ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। ଏହି ମଶାରୀ ବ୍ୟବହାର ଦ୍ଵାରା ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମାରାତ୍ମକ ରୋଗ ସଂକ୍ରମଣରୁ ଜନ ଜୀବନ ସୁରକ୍ଷିତ ରହି ପାରିବ। ସୋମବାର ବନ୍ଧକନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ କଲମପୁର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ କୀଟନାଶକ ଔଷଧ ବୋଳା ମଶାରୀ ବଣ୍ଟନ ନେଇ କରାଯାଇଥିଲା। ଏଥିରେ କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମିତି ଅଧ୍ୟକ୍ଷ ଚିନ୍ତାମଣି ବେହେରା ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ସଂଯୋଜକ ସନ୍ତୋଷ ବାଗ, ସାଂସଦଙ୍କ ପ୍ରତିନିଧ ଅରୁଣ ଜଗରିଆ, ବିଧାୟକଙ୍କ ପ୍ରତିନିଧ ଶୁଶାନ୍ତ ରାଉତ, ବନ୍ଧକନା ସରପଂଚ ହିମାଦ୍ରୀ ବାଗ, ହାରାମାଲ ପଞ୍ଚାୟତର ପୂର୍ବତନ ସରପଂଚ ସଞ୍ଜୀବ ଠାକୁର, ଶିକ୍ଷାବିତ୍ ଶତୃଘ୍ନ ବାଗ ପ୍ରମୁଖ ଯୋଗ ଦେଇ ହିତାଧିକାରୀଙ୍କୁ ମଶାରୀ ପ୍ରଦାନ କରିବା ସହ ତାର ସଦ ବିନିଯୋଗ କରିବା ପାଇଁ ବୁଝାଇଥିଲେ। ଏ ଅବସରରେ ମ୍ୟାଲେରିଆ ନିରାକରଣ ଏବଂ ମଶାରୀ ବଣ୍ଟନ ନେଇ ଏକ ସଚେତନ ରଥର ଶୁଭାରମ୍ଭ କରାଯାଇଥିଲା। ଏହାସହ ନିର୍ମଳ ନାଏକ, ମିଟୁ ନାଗ, କୁମୁଦ ନାଏକ ପ୍ରମୁଖ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ ଶଗଡିଆ ପରିଚାଳନା କରିଥିବା ବେଳେ ବିପିଏମ ପ୍ରଶାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ ।
୫୦୦ ବର୍ଷ ପରେ ମେ’ରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍, କିଣିବେ ଘର, ହେବେ ଭାଗ୍ୟଶାଳୀ..
ଦେଖନ୍ତୁ ଭିଡିଓ ; ଆଖୁରସ ମେସିନ୍ରେ ପଶିଗଲା ମହିଳାଙ୍କ ବେଣି, ତା’ପରେ..
ଦେଖନ୍ତୁ ଭିଡିଓ ; ଆତଙ୍କବାଦୀଙ୍କ ଠିକଣା ଦେଖାଇବାକୁ ଯାଉଥିବା ଯୁବକ ନଦୀକୁ ଡେଇଁ ହାରିଲା ଜୀବନ..



