www.samajalive.in
Thursday, December 11, 2025
16.1 C
Bhubaneswar

ବ୍ଲକ କାର୍ଯ୍ୟାଳୟରେ ବିଏସକେୱାଇ ନବୀନକାର୍ଡ ବଣ୍ଟନ

କଲମପୁର: କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରେ ବୁଧବାର ବିଏସକେୱାଇ ନବୀନକାର୍ଡ ବଣ୍ଟନ କରାଯାଇଛି। ଏଥିରେ କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଏବଂ ଥୁଆମୁଳ ରାମପୁର ବିଡିଓ ଧୃବ ଚରଣ ମୁଦୁଲି ଉପସ୍ଥିତ ରହିଥିଲେ। ପ୍ରଥମ ପର୍ଯ୍ୟାୟରେ କଲମପୁର ବ୍ଲକର ୩୫୧ ଏବଂ ଥୁଆମୁଳ ରାମପୁର ବ୍ଲକର ୨୦ଗୋଟି ପରିବାରର ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଯୋଜନାରୁ ବଞ୍ଚିତ ହିତାଧିକାରୀମାନେ ଏହି ବିଏସକେୱାଇ ନବୀନ କାର୍ଡ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଏହି କାର୍ଡ ବଣ୍ଟନ ଉତ୍ସବରେ ଗୋଷ୍ଠି ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ସେଠୀ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବିଧାୟକଙ୍କ ପ୍ରତିନିଧି ସଦାନନ୍ଦ ଚନ୍ଦନ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ ବଡକୁଟୃ ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଜିତେନ୍ଦ୍ର କୁମାର ମଞ୍ଚ ପରିଚାଳନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡର ଶୁଭାରମ୍ଭ କରିବା ପରେ ବ୍ଲକସ୍ତରରେ ଏହା ବଣ୍ଟନ କରାଯାଇଛି। ମେ’ ପହିଲାରୁ ଏହି କାର୍ଡ ମାଧ୍ୟମରେ ହିତାଧିକାରୀ ମାନେ ସ୍ୱାସ୍ଥ୍ୟଗତ ସମସ୍ୟାରେ ଉପଯୋଗକରି ସୁବିଧା ପାଇ ପାରିବେ। ଏହି କାର୍ଡ ମାଧ୍ୟମରେ ପରିବାରର ମହିଳା ମାନେ ୧୦ଲକ୍ଷ ଏବଂ ଅନ୍ୟ ସଦସ୍ୟ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇ ପାରିବେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories