www.samajalive.in
Thursday, December 11, 2025
16.1 C
Bhubaneswar

ନିଖିଳ ଭାରତ ସମବାୟ ସପ୍ତାହ ପାଳନ, ସ୍ୱଚ୍ଛତାର ସହିତ ମଣ୍ଡି ପରିଚାଳନା ନେଇ ଆଲୋଚନା

କଲମପୁର: କଲମପୁର ପ୍ରାଥମିକ କୃଷି ସମବାୟ ସମିତି ଠାରେ ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯାଇଛି। ଭବନିପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କଲମପୁର ଶାଖାର ପରିଚାଳକ ରଘୁନାଥ ପ୍ରସାଦ ନାଏକ, କ୍ଷେତ୍ର ଅଧିକାରୀ ହରିଶଙ୍କର ବାଗ, ଅକ୍ଷୟ ନାଗ, ପ୍ରାଥମିକ କୃଷି ସମବାୟ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷେତ୍ର ମୋହନ ବାଗ, ସହ ସମ୍ପାଦକ ନଗେନ୍ଦ୍ର କୁମାର ନେଗୀଙ୍କ ସମେତ ଉଭୟ ବ୍ୟାଙ୍କ ଏବଂ ସମବାୟ ସମିତିର କର୍ମକର୍ତ୍ତା ଏବଂ ସମସ୍ତ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ କଲମପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଶଙ୍କର୍ଷଣ ବେହେରା ସମବାୟ ସମିତିର ପତାକା ଉତୋଳନ କରିଥିଲେ।

ଏ ଅବସରରେ ସଭାପତି ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ସମିତିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଇଥିଲା। ଏଥିରେ ଜିଲା ପ୍ରଶାସନ ଦ୍ୱାରା ଧନ କ୍ରୟ କମିଟିରେ ନିଆଯାଇଥିବା ନିଷ୍ପତି ସମ୍ବନ୍ଧରେ ଆଲୋଚା କରିଥିଲେ। ପ୍ରଶାସନ ପକ୍ଷରୁ ଆଗାମୀ ୨୯ ତାରିଖ ଦିନ ଠାରୁ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ପାଇଁ ଧାର୍ଯ୍ୟ କରିଥିବା ବେଳେ କଲମପୁର ସମିତି ପକ୍ଷରୁ ୧ ଡିସେମ୍ବର ଠାରୁ ଧାନ କ୍ରୟ ଆରମ୍ଭ କରାଯିବା ନେଇ ଜିଲ୍ଲା ପ୍ରଶାସନ ଧାର୍ଯ୍ୟ କରିଛି।

- Advertisement -

ତେଣୁ କଲମପୁର ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ôତବା କଲମପୁର, ପଣ୍ଡିଗାଁ, ଦେପୁର, ବଙ୍କାପଲା ଏବଂ ବରଗାଁ ମଣ୍ଡି ପରି·ଳନା ପାଇଁ କର୍ମଚାରୀଙ୍କୁ ଦାଇତ୍ୱ ଦିଆଯାଇ ସେମାନେ କିଭଳି ସ୍ୱଚ୍ଛତାର ସହିତ ମଣ୍ଡି ପରିଚାଳନା କରିବେ ସେନେଇ ପରାମର୍ଶ ଦିଆଯାଇଥିଲା। ଏହାସହ ସମିତିର ଅନ୍ୟ ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ। ସେହି ଭଳି ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତି ଠାରେ ମଧ୍ୟନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories