କଲମପୁର ସମେତ ପଣ୍ଡିଗାଁ ଏବଂ କୁଟୃଛକର ବସଷ୍ଟପ୍ ଉଦଘାଟିତ
କଲମପୁର : ବୁଧବାର କଲମପୁର ବ୍ଲକର କଲମପୁର ସମେତ ପଣ୍ଡିଗାଁ ଏବଂ କୁଟୃଛକ ଆଦି ୩ ଗୋଟି ସ୍ଥାନରେ ଥିବା ବସ୍ ଷ୍ଟପ ଉଦଘାଟିତ ହେଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଅବସରରେ ବୁଧବାର ଲକ୍ଷ୍ମୀ ବସ ସେବା ଆରମ୍ଭ କରିଛନ୍ତି । ଗାଁରୁ ସହରକୁ ଯୋଡିବାର ପ୍ରୟାସରେ ଏହି ବସ୍ ସେବା ଆରମ୍ଭ ହେବ। ଲୋକେ ନିଜ ନିଜ ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଅନ୍ୟ ସମସ୍ତ ମୌଲିକ ସେବା ପାଇଁ ବସ୍ ସେବା ପାଇ ପାରିବେ। ତେଣୁ ବସଷ୍ଟପର ଆବଶ୍ୟକତା ଦୃଷ୍ଟିରୁ ବୁଧବାର କଲମପୁର ବ୍ଲକ ମୁଖ୍ୟାଳୟର ବସଷ୍ଟପକୁ ସହକାରୀ ଯନ୍ତ୍ରୀ ଇଂ ସ୍ମୃତୀ ରଞ୍ଜନ ସେଠୀଙ୍କ ଉପସ୍ଥିତିରେ ସରପଂଚ ସୂର୍ଯ୍ୟକାନ୍ତୀ ପଣ୍ଡା ଦୀପ ପ୍ରଜ୍ଜଳନ କରି ବସଷ୍ଟପର ଶୁଭ ଉଦଘାଟନ କରିଛନ୍ତି।
ସେହିଭଳି ପଣ୍ଡିଗାଁ ବସ୍ ଷ୍ଟପକୁ ମଧ୍ୟ ସମିତିସଭ୍ୟା ଟିକେମଣୀ ହଂସ, ଭ।ରପ୍ରାପ୍ତ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ସ୍ମୃତୀ ରଞ୍ଜନ ସେଠୀ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ଶୁସିଳ କୁମାର ଜୈନ, ନାଏବ ସରପଂଚ ହେମଲତା ନାଏକ, ବିଜୟ ପ୍ରଧାନୀ ହର ହଂସ, ପବନ ମାଝୀ ପ୍ରମୁଖଙ୍କ ଉପସ୍ଥିତିରେ ସରପଂଚ କବିତା ଜୈନ ଉଦଘାଟନ କରିଛନ୍ତି। ସେହିଭଳି ବିଜମରା ପଂଚାୟତର କୁଟୃ ଛକରେ ଥିବା ବସ୍ ଷ୍ଟପ ମଧ୍ୟ ଉଦଘାଟିତ ହେଇଛି। ଏହି ସବୁ ବସ୍ ଷ୍ଟପ୍ ଉଦଘାଟନ ହେବା ପରେ ଲକ୍ଷ୍ମୀ ବସ୍ ସେବା ପାଇବା ପାଇଁ ଯାତ୍ରୀ ମାନେ ଏହି ସବୁ ସ୍ଥାନରେ ଅପେକ୍ଷା କରି ବସ୍ ସେବା ପାଇ ପାରିବେ। ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲକ୍ଷ୍ମୀ ବସ ସେବା ଶୁଭ ଉଦଘାଟନା ପରେ ବସ୍ ସବୁ ନିଜ ନିଜ ଇଲାକାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
Comments are closed.