www.samajalive.in
Saturday, December 6, 2025
26.1 C
Bhubaneswar

ଅଟୋକୁ ଧକ୍କା ଦେଲା ଟ୍ରକ୍ ; ୨ମୃତ , ଶିଶୁ ସମେତ ୭ ଗୁରୁତର

କଲମପୁର : ଦିନକ ପରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ। ଗାଁ ଠାରୁ ସହର ଉତ୍ସବ ମୁଖର। କିନ୍ତୁ ଏଭଳି ଖୁସିର ସମୟରେ ମଙ୍ଗଳବାର ସକାଳୁ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ବଙ୍କାପଲା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଯୋଗୁଁ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହେଇଥିବା ବେଳେ ଶିଶୁ ସମେତ ୭ ଜଣ ଗୁରୁତର ଆହତ ହେଇଛନ୍ତି। ସେମାନଙ୍କୁ ପ୍ରଥମେ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ କାଠକୁରା ଗ୍ରାମର ଅମୃତ ନାଏକଙ୍କ ପରିବାରର ପଦୁଶର ନାଏକ, କୃଷ୍ଣ ଚନ୍ଦ୍ର ନାଏକ, ଚନ୍ଦ୍ରୁ ନାଏକ, ମିଥୁନ ନାଏକ, ସୁବର୍ଣ୍ଣ ନାଏକ, ସୁଷମା ନାଏକ, କୁନ୍ତଳା ନାଏକ ଏବଂ ଶିଶୁ ସନ୍ଦିପ ନାଏକ ପ୍ରମୁଖ ଏକ ଅଟୋ ସହାୟତାରେ ଧର୍ମଗଡ ବ୍ଲକ ଅଧିନସ୍ଥ ଛିଲପା ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ବଙ୍କାପଲା ଦାସିଗାଁ ମଝିରେ ଥିବା ଏକ ବୁଲାଣି ନିକଟରେ ଜୁନାଗଡ ପଟରୁ ଆସୁଥିବା ଏକ ଟ୍ରକ ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତା କଡକୁ ଓଲଟି ପଡିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଅଟୋ ଚାଳକ ଅଟୋ ଭିତରେ ଚାପି ହେଇ ରହିଯାଇଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ କଲମପୁର ପୁଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯ।ଉଥିବା ବେଳେ ପଦୁଶର ଏବଂ କୃଷ୍ଣ ଚନ୍ଦ୍ରଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି। ଅନ୍ୟପଟେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଘଟଣା ସ୍ଥଳ ଜୁନାଗଡ ଥାନା ଅଧିନସ୍ଥ ଚିଲିଗୁଡା ପୁଲିସ ପାଣ୍ଡି ଅଧିନରେ ଥିବା ଯୋଗୁଁ ଜୁନାଗଡ ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ କଲମପୁର ପୁଲିସ ସହାୟତାରେ ଠାବ କରାଯାଇଥିବା ବେଳେ ଟ୍ରକ ଚାଳକ ଫେରାର ମାରିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories