www.samajalive.in
Sunday, December 7, 2025
14.1 C
Bhubaneswar

ପାତ୍ରବସାଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ

କଲମପୁର: ପାତ୍ରବାସାଠାରେ ନିର୍ମାଣ ହେବାକୁ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୋଠା ପାଇଁ ବୁଧବାର ଜମି ଚିହ୍ନଟ କରାଯାଇଛି। ସରକାରୀ ଜମିକୁ ଜନୈକ ବ୍ୟକ୍ତି ଜବର ଦଖଲରେ ରଖିଥିବା ଯୋଗୁଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୋଠା ନିର୍ମାଣ ହୋଇ ପାରୁନଥିଲା। ପଣ୍ଡିଗାଁ ପଂଚାୟତ ସମେତ ହାରାମାଲ ପଂଚାୟତର ତେନ୍ତୁଳିଖୁଣ୍ଟି ଗ୍ରାମର ମଧ୍ୟବର୍ତ୍ତୀ ଅଞ୍ଚଳ ହେଉଛି ପାତ୍ରବସା। ତେଣୁ ପାତ୍ରବସାଠାରେ ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ଥାପନ ହେଲେ ଉଭୟ ପଂଚାୟତର ଲୋକ ସ୍ୱାସ୍ଥ୍ୟ ସେବା ସଠିକ୍‌‌ ଭାବେ ପାଇପାରିବେ। ତେଣୁ ପାତ୍ରବସାଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୋଠା ନିର୍ମାଣ ପାଇଁ ଉପଯୁକ୍ତ ଜମିର ଅଭାବ ଥିଲା। ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ଦାବି କ୍ରମେ ଗ୍ରାମର ଜନୈକ ବ୍ୟକ୍ତି ନିଜ ଦଖଲରେ ରଖିଥିବା ସରକାରୀ ଜମିକୁ ଦଖଲ ମୁକ୍ତ କରିବାପାଇଁ ତହସିଲଦାରଙ୍କ ନିକଟରେ ଦାବି ରଖିଥିଲେ। କିନ୍ତୁ ଏହି ଜମି ଦଖଲ ମୁକ୍ତ କରିବା ପାଇଁ ଗ୍ରାମରେ ଅସନ୍ତୋଷ ଦେଖା ଦେଇଥିଲା। ତେଣୁ ବୁଧବାର କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ର ମୋହନ ନାୟକ, କଲମପୁର ପୁଲିସ ଥାନାର ଏସଆଇ ଡୋଳାମଣି ବିଶି ପ୍ରମୁଖଙ୍କ ସମେତ ଉଭୟ ରାଜସ୍ୱ ବିଭାଗ ଓ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଜମି ଚିହ୍ନଟ କରାଯାଇଥିଲା। ଏହାପରେ ତୁରନ୍ତ କଲମପୁର ବ୍ଲକ ଭାରପ୍ରାପ୍ତ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ମୃତି ରଞ୍ଜନ ସେଠୀଙ୍କ ନେତୃତ୍ୱରେ କନିଷ୍ଠ ଯନ୍ତ୍ରୀ ଇଂ ନବୀନ କୁମାର ଟୁଡୁ ପ୍ରମୁଖ କୋଠା ନିର୍ମାଣ ନେଇ ନକ୍ସା ଅଙ୍କନ କରିଥିଲେ। ଏହାପରେ ତହସିଲଦାର ଶ୍ରୀ ନାୟକଙ୍କ ଦ୍ୱାରା ତୁରନ୍ତ କୋଠା ନିର୍ମାଣର ଭୂମି ପୂଜନ କରାଯାଇଥିଲା। ଏହାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି କୋଠା ନିର୍ମାଣ ପାଇଁ ୩୪ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories