ରାମସାଗରଠାରେ ୭୪ତମ ବନମହୋତ୍ସବ ପାଳିତ

କଲମପୁର : ଥୁଆମୁଳ ରାମପୁର ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ କଲମପୁର ବନପାଳଙ୍କ ଅଧିନରେ ଥିବା ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲର ରାମସାଗର ଜଙ୍ଗଲଠାରେ ମଙ୍ଗଳବାର ୭୪ତମ ବନୋମହୋତ୍ସବ ପାଳନ କରାଯାଇଛି। ଥୁଆମୁଳ ରାମପୁର ବନାଞ୍ଚଳ ଅଧିକାରୀ ଜୟଦେବ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନମହୋତ୍ସବରେ କଲମପୁର ସମିତି ଅଧ୍ୟକ୍ଷା ମୋତି ବିହାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କଲମପୁର ସରପଞ୍ଚ ସୂର୍ଯ୍ୟକାନ୍ତି ପଣ୍ଡା ଯୋଗ ଦେଇଥିଲେ। ଏହି ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲର ଏକ ଶହ ହେକ୍ଟର ବନିକରଣ କରାଯିବା ନେଇ ବିଭାଗ ତରଫରୁ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ବନାଞ୍ଚଳ ଅଧିକାରୀ ଶ୍ରୀ ମାଝୀ। ଆଜି ପୂଜା ଅର୍ଚ୍ଚନା ପରେ ସମିତି ଅଧ୍ୟକ୍ଷା ପ୍ରଥମେ ବୃକ୍ଷ ରୋପଣ କରି ବନୋ ମହୋତ୍ସବର ଶୁଭାରମ୍ଭ କରିଥିଲେ। ବର୍ତମାନ ଶ୍ରାବଣ ମାସର ଆରମ୍ଭ ହେଇ ସାରିଛି କିନ୍ତୁ ଏବେ ବର୍ଷା ବଦଳରେ ବୈଶାଖର ତାତି। ଜନ ଜୀବନ ପ୍ରଭାବିତ ହେଉଛି। ତାର ଏକମାତ୍ର କାରଣ ଜଙ୍ଗଲ ନଷ୍ଟ। ଯଦି ଏମିତି ଜଙ୍ଗଲ ନଷ୍ଟ ହୁଏ ତେବେ ଆଗାମୀ ପିଢି ତଥା ଜନ ଜୀବନ ପ୍ରତି ବିପଦ ଦାଖା ଦେବ। ଜୁଲାଇ ପହିଲାରୁ ଜୁଲାଇ ୭ ତାରିଖକୁ ବନୋମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଉଛି କେବଳ ଲୋକଙ୍କ ସଚେତନତା ପାଇଁ। ଜଙ୍ଗଲ ସୃଷ୍ଟି ପାଇଁ ଆଣେ ସଚେତନନହେବା ତେବେ ଆଗାମୀ ଦିନରେ ମାନବ ଜୀବନ ଲୋପ ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। କଲମପୁର ବନପାଳ ସୀମା ଧଙ୍ଗଡା ମାଝୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବନ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଆମ ଜଙ୍ଗଲ ଯୋଜନାର କର୍ମକର୍ତା ଏବଂ ବନ ସମିତିର କାର୍ଯ୍ୟକର୍ତାମାନେ ଯୋଗ ଦେଇ ସକ୍ରିୟ ସହଯୋଗ କରିଥିଲେ।

Comments are closed.