www.samajalive.in
Saturday, December 6, 2025
26.1 C
Bhubaneswar

କଲମପୁରରୁ ଭୁବନେଶ୍ୱର ସରକାରୀ ବସ୍‌‌ ଚଳାଚଳ ଦାବୀ

କଲମପୁର: କଳାହାଣ୍ଡି ଜିଲ୍ଲାର କଲମପୁର ଏକ ଅବହେଳିତ ଅଞ୍ଚଳ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ଦିଗରେ କୌଣସି ବିଶେଷ ପରିବର୍ତନ ଘଟିନାହିଁ। ଉଚ୍ଚ ଶିକ୍ଷା କହିଲେ କେବଳ କଳା ବିଷୟରେ ଏକ ଅନୁଦାନ(ବ୍ଲକ ଗ୍ରାଣ୍ଟ) ପ୍ରାପ୍ତ ଡିଗ୍ରୀ କଲେଜ ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ମଧ୍ୟ ବିଜ୍ଞାନ, ଅଥବା ବାଣିଜ୍ୟ ବିଷୟରେ କୌଣସି ବ୍ୟବସ୍ଥା ନାହିଁ। ସେହିଭଳି ବୈଷୟିକ ଶିକ୍ଷା କଲମପୁର ଅଂଚଳ ପାଇଁ କେବଳ ସ୍ୱପ୍ନ ପାଲଟିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା। ଅଂଚଳର ୯୫ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି। ନିଜ ସନ୍ତାନ ସନ୍ତତିଙ୍କୁ କଟକ, ଭୁବନେଶ୍ୱର, ବିଶାଖାପାଟଣା, ବରଗଡ଼ ଆଦି ସହରରେ ପାଠ ପଢ଼ାଇବାକୁ ପ୍ରୟାସ କରନ୍ତି। କିନ୍ତୁ କଲମପୁରଠାରୁ ଉକ୍ତ ସହରମାନଙ୍କୁ ଯାତାୟତ କରିବା ପାଇଁ ସିଧା ସଳଖ ବସ୍‌‌ ସୁବିଧା ନାହିଁ। ସେହିଭଳି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏ ଅଂଚଳର ଲୋକେ ଏହି ସବୁ ସହର ଉପରେ ନିର୍ଭର କରନ୍ତି। କିନ୍ତୁ ବସ୍‌‌ ସେବା ଉପଲବ୍ଧ ନଥିବାରୁ ଅନେକ ସମୟରେ ହଇରାଣ ହରକତ ହେଇଥାନ୍ତି ଲୋକେ। ତେଣୁ ଅଂଚଳର ରାମ ଚନ୍ଦ୍ର ସାହୁ, ଅବନୀ କୁମାର ଘି, ପବିତ୍ର କୁମାର ସାହୁ, ଅଶ୍ୱିନ କୁମାର ସେନାପତି ପ୍ରମୁଖ ପ୍ରତିନିଧି ସ୍ଥାନୀୟ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କ ସୁପାରିଶ ପତ୍ର ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ସାକ୍ଷାତ କରି କଲମପୁରଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ସରକାରୀ ବସ୍‌‌ ଚଳାଚଳର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ମନ୍ତ୍ରୀ ସାହୁ ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯିବାର ପ୍ରତିଶୃତି ଦେଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories