www.samajalive.in
Sunday, December 14, 2025
15.1 C
Bhubaneswar

କ୍ଷତିପୂରଣ ଦାବିରେ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଘୁର୍ଣ୍ଣିଝଡ଼ରେ ପ୍ରଭାବିତ ପରିବାର

କଲମପୁର: ବିଜେପି ନେତୃବୃନ୍ଦଙ୍କ ନେତୃତ୍ୱରେ ଘୁର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ହେଇଥିବା ପରିବାରର ସଦସ୍ୟମାନେ ମଙ୍ଗଳବାର ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ଏହାପରେ ତୁରନ୍ତ ଘୁର୍ଣ୍ଣିଝଡ ପ୍ରଭାବିତଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନେଇ ତହସିଦାରଙ୍କ ଦ୍ୱାରସ୍ଥ ହୋଇ ଦାବି କରିଛନ୍ତି। ଯଦି ସରକାର ଏହି ପ୍ରଭାବିତମାନଙ୍କୁ କ୍ଷତିପୂରଣ ଯୋଗାଇବାରେ ବିଳମ୍ବ କରନ୍ତି ତେବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତହସିଲ କାର୍ଯ୍ୟାଳୟକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇବା ପାଇଁ ତେତାବନୀ ଦେଇଛନ୍ତି ବିଜେପି ନେତୃବୃନ୍ଦ।

ସୂଚନାଯୋଗ୍ୟ, ଗତ ୨୬ ତାରିଖ ଦିନ କଲମପୁର ଅଂଚଳରେ ଦେଖା ଦେଇଥିଲା ଭୟାବହ ଘୁର୍ଣ୍ଣିଝଡ଼ର ପ୍ରଭାବ। କାହା ଘର ଉପରେ ଗଛ ଉପୁଡି ପଡ଼ିଲା ତ କାହାର ଘର ଉପରେ ବିଦ୍ୟୁତ ଖୁଣ୍ଟ ପଡ଼ି ଘର ଭାଙ୍ଗିଲା। ପୁଣି କାହାର କାହାର ଘରର ଛାତ ଉଡିଗଲା। ଏହି ଘୁର୍ଣ୍ଣିଝଡ ଦ୍ୱାରା କଲମପୁର ଅଂଚଳର ଶାଗବାରୀ, ଘୋଡାବନ୍ଧା, ଗଞ୍ଜେଇଗୁଡା, ପାଜେନ, ପୋଟେସ, ବରଦୋଳି, ପଣ୍ଡିଗାଁ, ବରଗାଁ ଓକସାବାହୀ ଆଦି ଗ୍ରାମର ଶତାଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଅନେକ ପରିବାର ଏବେ ମଧ୍ୟ ପର ଘର ଓଳି ତଳେ ତ ଅନ୍ୟ କିଏ କାହାର ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ଘୁର୍ଣ୍ଣିଝଡରେ ପ୍ରଭାବିତ ପରିବାର ସଦସ୍ୟ ଏବେ ୪୫ ଡିଗ୍ରୀ ଖରାରେ ଦୟନୀୟ ଜୀବନ ଜିଉଁଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ। କଲମପୁର ତହସିଲ ଓ ବ୍ଲକ ପ୍ରଶାସନ ତରଫରୁ ହାତଗଣତି ମାତ୍ର ୧୦ ଜଣଙ୍କୁ ପଲିଥିନ ଖଣ୍ଡକ ଦେଇ ନିଜର କର୍ତବ୍ୟ ସମ୍ପାଦନ କରିବା ଭଳି ହାତ ବାନ୍ଧି ବସିଯାଇଛନ୍ତି। ତେଣୁ ତୁରନ୍ତ ଘୁର୍ଣ୍ଣିଝଡ ଦ୍ୱାରା ପ୍ରଭାବିତ ହେଇଥିବା ଶତାଧିକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ତହସିଲଦାର ରୁଦ୍ରମୋହନ ନାୟକଙ୍କ ଦ୍ୱାରସ୍ଥ ହୋଇ ଦାବି କରିଛନ୍ତି।

- Advertisement -

ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଲକ୍ଷ୍ମୀକାନ୍ତ ନାଏକ, ଜନ୍ମେଜୟ ନାୟକ, ବିଜୟ କୁମାର ପଣ୍ଡା, କ୍ଷିରୋଦ ଚନ୍ଦ୍ର ନାଏକ, କୃପାସିନ୍ଧୁ ସାହୁ, କମଳ ବାଗ, ଯୁବ ନେତା ମିଟୁ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଶାଗବାରୀ, ଘୋଡାବନ୍ଧା, ଗଞ୍ଜେଇଗୁଡା, ପୋଟେସ ଓ ପାଜେନ ଆଦି ଗ୍ରାମର ଘୁର୍ଣ୍ଣିଝଡ ପ୍ରଭାବିତ ଶତାଧିକ ଲୋକ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ। ଘୁର୍ଣ୍ଣିଝଡ ଦ୍ୱାରା ବ୍ୟାପକ କ୍ଷତି ହୋଇ ୧୧ ଦିନ ବିତି ସାରିଥିଲେ ମଧ୍ୟ ଏ ଅଂଚଳର ପ୍ରତିନିଧିତ୍ୱ କରୁଥିବା ଧର୍ମଗଡ଼ ବିଧାୟକ ଅଥବା ସରକାରୀ ଦଳର କେହି ନେତା କର୍ମୀ ପ୍ରଭାବିତଙ୍କୁ ସାକ୍ଷାତ କରି ନଥିବା ଜଣାପଡ଼ିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories