www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରୀରାମ ଚରିତ ମାନସ ପାରାୟଣ ପାଇଁ କଳସ ଶୋଭାଯାତ୍ରା 

କଲମପୁର: କଲମପୁର ହନୁମାନ ମନ୍ଦିର ପରିସରରେ ପବିତ୍ର ରାମ ନବମୀ ପାଳନ ପାଇଁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏନେଇ ଶୁକ୍ରବାର ସଂଧ୍ୟାରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା କଳଶ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ପୂଜକ ସୁଦାମ ଚରଣ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରୁଣ ପୂଜା କରିବା ପରେ ଗୋପୀସାଗର ପୋଖରୀରୁ ଜଳ କଳସରେ ଉଠାଇଥିଲେ।  ସତ୍ୟ ନାରାୟଣ ଶର୍ମା, ନିହାର ରଞ୍ଜନ ସାହୁ, ଦୀପକ କୁମାର ସାହୁ, ଆଶୁତୋଷ ପଣ୍ଡା, ପିଣ୍ଟୁ ଜୈନ, ସନ୍ତୋଶ ସାହୁ, ଡି ବାବୁରାଓ ଆଚାରୀ, ରାଜେନ୍ଦ୍ର କୁମାର ପ୍ରଧାନ ଏବଂ ବୀରେନ୍ଦ୍ର କୁମାର ସାହୁ  ପ୍ରମୁଖ ନଅ ଜଣ କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ଏହି ପାରାୟଣ ଅବସରରେ ଶ୍ରୀରାମ ଚରିତ ମାନସ ପାରାୟଣ ପାଇଁ ବ୍ୟାସ ଭାବେ ମଧ୍ୟପ୍ରଦେଶର ସାଧିବି ଶାନ୍ତି ଦାସ ଯୋଗ ଦେଇଥିବା ବେଳେ ପ୍ରବଚକ ଭାବେ କଟକର ସତ୍ୟ ଚୈତନ୍ୟ ବ୍ରହ୍ମ·ରୀ ଯୋଗ ଦେଇଛନ୍ତି। ପ୍ରତ୍ୟହ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପାରାୟଣ କାର୍ଯ୍ୟକ୍ରମ ଥିବା ବେଳେ ସଂଧ୍ୟା ୬ଟାରୁ ରାତ୍ରୀ ୯ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ରହିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories