www.samajalive.in
Saturday, December 6, 2025
19.1 C
Bhubaneswar

ମୃଣ୍ମୟ କାରୀଗରଙ୍କ ପେଟରେ କରୋନା ମାଡ

କଲମପୁର: ଏବେ ଆରମ୍ଭ ହେଇଛି ପାର୍ବଣର ଋତୁ। ଏହି ଋତୁରେ ପ୍ରତି କିଛି ଦିନ ଅନ୍ତରରେ ବିଭିନ୍ନ ପୂଜା ଓ ଜାନି ଯାତ୍ରା ଲାଗି ରହିଥାଏ। ଏହି ଜାନିଯାତ୍ରା ମାଧ୍ୟମରେ ମୃଣ୍ମୟ କାରୀଗରଙ୍କୁ ରୋଜଗାର ମିଳିଥାଏ। କିନ୍ତୁ ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣର ଭୟ କାରଣରୁ ବିଭିନ୍ନ ଜାନିଯାତ୍ରା ପାଳନ ଉପରେ ସରକାର କଟକଣା ଲଗାଇଛନ୍ତି। ଯାହାର ସିଧା ସଳଖ ପ୍ରଭାବ ଏହି ମୃଣ୍ମୟ କାରୀଗରଙ୍କ ପରିବାର ଉପରେ ପଡିଛି। ପ୍ରତି ବର୍ଷ ଏହି ସମୟରେ ଗଜାନନ ଗଣେଷଙ୍କ ପୂଜା ଉତ୍ସବ ପାଇଁ ପଲ୍ଲ୍ୀ ଠାରୁ ଦିଲ୍ଲ୍ୀ ସବୁଠାରେ ଉତ୍ସବ ମୁଖର ହେଇଥାଏ। ପ୍ରତି ଶିକ୍ଷାନୁଷ୍ଠାନ ସମେତ କିଛି ସଂସ୍ଥା, କ୍ଲବ ଗ୍ରାମାଂଚଳର ବହୁ ସ୍ଥାନରେ ଗଜାନନ ଗଣେଷଙ୍କ ମୂର୍ତି ପୂଜା କରାଯାଇଥାଏ। ଏଥିପାଇଁ ସହରାଂଚଳ ସମେତ ଗ୍ରାମାଂଚଳ ରେ ରହୁଥିବା ଛୋଟ ବଡ ସମସ୍ତ କାରୀଗର କିଛି ରୋଜଗାର କରିଥାନ୍ତି। କେବଳ ଗଜାନନ ଗଣେଷଙ୍କ ମୂର୍ତି ନୁହେଁ ଏହାର ପରବର୍ତି ସମୟରେ ଆସୁଥିବା ବିଶ୍ୱକର୍ମା, ଦୁର୍ଗା ପୂଜା, ଗଜଲକ୍ଷ୍ମୀ, ଶ୍ୟାମାକାଳୀ, କାର୍ତିକେଶ୍ୱର ଆଦି ମୂର୍ତି ପୂଜା କରାଯାଇଥାଏ। ଏଥିପାଇଁ ସମସ୍ତ ମୂର୍ତି କାରୀଗର ମୂର୍ତି ତିଆରି କରି ଓ କୁମ୍ଭାର ପରିବାର ଦୀପ, ସରା ଆଦି ତିଆରି କରି କିଛି ରୋଜଗାର କରି ନିଜ ପରିବାର ପ୍ରତି ପୋଷଣ କରିଥାନ୍ତି। କିନ୍ତୁ ସେମାନଙ୍କ ଏହି ରୋଜଗାରକୁ ଛଡାଇ ନେଇଛି କରୋନା କଟକଣା। ପ୍ରତି ବର୍ଷ ମୂର୍ତି ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ମୂର୍ତି କାରୀଗର ଏବେ ହାତ ବାନ୍ଧି ବସିଛନ୍ତି। ସେହିଭଳି ବିଭିନ୍ନ ମାଟିରେ ଘରୋଇ ଉପକରଣ ତିଆରି କରି ଲୋକଙ୍କୁ ଯୋଗାଇ ଦୁଇ ପଇସା ରୋଜଗାର କରି ନିଜର ପରିବାର ପ୍ରତି ପୋଷଣ କରୁଥିବା ମାଟି କାରୀଗର (କୁମ୍ଭାର) ଏବେ ଦୁର୍ଦିନରେ। ତେଣୁ ପ୍ରଶାସନ ଏଭଳି ପରିବାରକୁ ଚିହ୍ନଟ କରାଯାଇ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories