www.samajalive.in
Sunday, December 7, 2025
23.1 C
Bhubaneswar

ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାକାରବାରର ପର୍ଦ୍ଦାଫାସ, ୨ଗିରଫ

ବେତନଟୀ: ଜାତୀୟ ରାଜପଥ ପାଲଟିଛି ଚୋରା ବ୍ୟବସାୟୀଙ୍କ ଭୁସ୍ୱର୍ଗଃ। ଦୈନିକ ବିଭିନ୍ନ ସାମଗ୍ରୀର ଚୋରା କାରବାର ଏହି ୧୮ନଂ ଜାତୀୟ ରାଜପଥରେ ଚାଲିଥିବାବେଳେ କାହାରି ନିକଟରେ ଖବର ନଥିବାରୁ ଅନାୟାସରେ ଚୋରା ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ଚଲାଇଥାନ୍ତି। ବିଶେଷ ସୁତ୍ରରୁ ଖବରପାଇ ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ, ଏସଆଇ ବିନୟ ରଞ୍ଜନ ପରିଡା, କେସିପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ ୧୮ନଂ ଜାତୀୟ ରାଜପଥର ନହଣ୍ଡାଶୋଳ ନିକଟରେ ଅପେକ୍ଷା କରିରହିଥିଲେ। ବାଲେଶ୍ୱର ପଟୁ ଅତି ଦୃତଗତିରେ ଏକ ପାଲ ଢଙ୍କା ଯାଇଥିବା ପିକଅପ୍‌ ଭ୍ୟାନ୍‌ ନଂ ବିଆର ୦୩ କେ-୬୦୯୮ଆସିବାରୁ ପୁଲିସ ତାକୁ ଅଟକାଇଥିଲା। ଖବରପାଇ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପିକଅପ ଭ୍ୟାନ୍‌କୁ ଅଟକାଇଥିଲେ ମଧ୍ୟ ପୁଲିସ ପ୍ରଥମେ ଚକମା ଖାଇଯାଇଥିଲା। ପାଲଢଙ୍କା ଥିବା ପିକଅପରୁ ପାଲ ଖୋଲିଦେଇଥିଲେ ମଧ୍ୟ କୌଣସି ଜିନିଷର ସନ୍ଧାନ ମିଳିନଥିଲା। ପରେ ଏହାର ସିକ୍ରେଟ ଚାମ୍ବରକୁ ଖୋଲିବା କରିବାପରେ ତା’ ଭିତରେ ଅତ୍ୟନ୍ତ ସୁରକ୍ଷିତଭାବେ ପଲିଥିନ ପ୍ୟାକିଂଥିବା ଛୋଟବଡ ୧୦୩ଟି ଗଞ୍ଜେଇ ପ୍ୟାକେଟ ପୁଲିସ ବାହାର କରିଥିଲା। ଏହାପରେ ସମସ୍ତ ୧୦୩ ଗଞ୍ଜେଇ ପ୍ୟାକେଟ୍‌କୁ ପୁଲିସ ଜବତ କରିଥିଲା। ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ତହସିଲଦାର ନମିତା ଧଳଙ୍କ ଉପସ୍ଥିତିରେ ଗଞ୍ଜେଇ ପ୍ୟାକେଟ ଗୁଡିକ ଓଜନ କରାଯାଇଥିଲା। ଓଜନ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଗଞ୍ଜେଇ ପ୍ୟାକେଟ ଭର୍ତ୍ତିଥିବା ପିକଅପ ଭ୍ୟାନ୍‌କୁ ଛାଡି ଗାଡି ଚାଳକଙ୍କ ସମେତ ସହଯୋଗୀ ଦଡଡି ପଳାଉଥିବାବେଳେ ପୁଲିସ ସେମାନଙ୍କୁ ଗୋଡାଇ ଗୋଡାଇ ଧରିବାରେ ସକ୍ଷମ ହୋଇଥିଲା। ପୁଲିସ ଜବତ କରିଥିବା ପିକଅପ ସହିତ ୨ଅଭିଯୁକ୍ତ ଓ ଗଞ୍ଜେଇକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି। ପୁଲିସ ଗିରଫ କରିଥିବା ୨ଯୁବକ ହେଲେ ପାଟନା ଜିଲାର ମାନାରଥାନା ଅଧୀନ ଲୋଧିପୁର ଗ୍ରାମର ଅକ୍ଷୟ କୁମାର(୩୫) ଓ ବିହାରର ବୈଶାଳୀଜିଲା ରାଘବପୁର ଥାନାର ଜମାଲପୁର ଗ୍ରାମର ଝାଲୁ ରାୟ(୨୮)ବୋଲି ଜଣାଯାଇଛି। ଏ ସଂକ୍ରାନ୍ତରେ ବେତନଟୀ ଥାନାରେ ୧୮୩/୨୦ରେ ମାମଲାରୁଜୁ କରି ୨୦(ବି)(୧୧)(ସି)/୨୫/୨୯/ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ ଦାୟିତ୍ୱ ଏସଆଇ ବିଆର ପରିଡାଙ୍କୁ ଅର୍ପଣ କରାଯାଇଛି। ଗିରଫ ହୋଇଥିବା ୨ଯୁବକ ରାଞ୍ଚିରେ ଭଡାରେ ରହି ତାଙ୍କର କଳା ସାମ୍ରାଜ୍ୟ ଚଲାଉଥିଲେ। ଗାଡି ସହ ମାଲ ଠିକଣାଜାଗାରେ ପହଞ୍ଚାଇ ଦେଲେ ସେମାନଙ୍କୁ ୫ହଜାର ଟଙ୍କା ମିଳିଥାଏ ବୋଲି ସେମାନେ କହିଛନ୍ତି। ପୁଲିସ ଏହି ଅଭୁତପୂର୍ବ ସଫଳତା ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ତଦନ୍ତ ସଠିକଭାବେ କରାଗଲେ ଏହି କାରବାର ମୁଖ୍ୟ ଧରାପଡିବାର ଯଥେଷ୍ଟ ସମ୍ଭାବନା ରହିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories