www.samajalive.in
Saturday, December 6, 2025
19.1 C
Bhubaneswar

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଦୟନୀୟ ସ୍ଥିତିରେ ପରିବାର

କଲମପୁର: ଗତ ୯ ତାରିଖ ଠାରୁ ଲଘୁଚାପ ଜନିତ ପ୍ରଭାବରେ ଆରମ୍ଭ ହେଇଥିବା ଲଗାଣ ବର୍ଷା ଯୋଗୁଁ ବହୁ ମାଟି କାନ୍ଥରେ ନିର୍ମିତ ଘର ଭାଙ୍ଗିଯାଇଥିବା ସୁଚନା ମିଳିଛି।  ପ୍ରାପ୍ତ ସୁଚନା ଅନୁସାରେ ଥୁଆମୁଳ ରାମପୁର ଅଞ୍ଚଳରେ ଅଗଷ୍ଟ ୯ରୁ ୧୫ ମଧ୍ୟରେ ୩୧୦ ମିଲିଲିଟର ବର୍ଷା ହେଇଥିଲା। ୧୫ ତାରିଖ ଦିନ ସର୍ବାଧିକ ୧୧୦ ମିଲିମିଟର ବର୍ଷା ହେବା ଦ୍ୱାରା ଅଡ୍ରି ଗ୍ରାମର ପଦ୍ମନାଭ ସାହୁ ଓ ରାମ ଚନ୍ଦ୍ର ସାହୁଙ୍କ ମାଟି କାନ୍ଥରେ ନିର୍ମିତ ଘର ଭାଙ୍ଗି ଯାଇଛି। ଘର ଅଭାବରୁ ଦୟନୀୟ ସ୍ଥିତିରେ ଏହି ଗରୀବ ପରିବାର। ସେହିଭଳି ଥୁଆମଉଳ ରାମପୁର ବ୍ଲକ ଅଧିନସ୍ଥ ଜାଗେସପଦର ସମେତ ଅନ୍ୟ ଅଗମ୍ୟ ଅଞ୍ଚଳରେ ମାଟି କାନ୍ଥରେ ନିର୍ମିତ ବହୁ ଲୋକଙ୍କ ଗର ଭାଙ୍ଗି ଯାଇଥିବା ସୁଚନା ମିଳିଛି। ସେହିଭଳି କଲମପୁର ଠାରେ ମଧ୍ୟ ବର୍ଷା ଓ ପବନ ପ୍ରଭାବରେ ଏକ ବିରାଟକାୟ ଗଛ ଭାଙ୍ଗି ପଡିବାରୁ ଅଜାମ ବଡ ଚନ୍ଦନଙ୍କ ଘର ଉପରେ ପଡିଥିଲା। ପରିବାର ଲୋକ ସୁରକ୍ଷିତ ଥିଲେ ମଧ୍ୟ ବୀରାଟକାୟ ଗଛ କାଟି ବାହାର କରିବାକୁ ସ୍ଥାନୀୟ ଅଗ୍ନୀଶମ ବିଭାଗର ସହାୟତା ନିଆଯାଇଥିଲା। କଲମପୁର ଅଗ୍ନିଶମ ବାହିନୀର ଭାରପ୍ରାପ୍ତ ଅଧିକାରୀ ବିନୋଦ କେର୍କେଟାଙ୍କ ନେତୃତ୍ୱରେ ଅଶୋକ କୁମାର ପଡିହାରୀ, ସରୋଜ ରଞ୍ଜନ, ନିର୍ମଲ ତରିଆ, କୈଳାଶ ବେହେରା ପ୍ରମୁଖ କର୍ମ·ରୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ଥିଲେ। ଗଛ ଭଆଙଅଗି ଘର ଉପରେ ପଡିଯିବା ଦ୍ୱାରା ଘର କିଛି ଅଂଶ ଭାଙ୍ଗି ଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories