www.samajalive.in
Sunday, December 7, 2025
15.1 C
Bhubaneswar

୧୩୧୫ ଟନ୍ ରକ୍ତ ଚନ୍ଦନ ବିକ୍ରି ଲାଗି କେନ୍ଦ୍ରର ଅନୁମତି ଲୋଡ଼ିଲା ରାଜ୍ୟ

ଭୁବନେଶ୍ୱର : ରାଜ୍ୟର ୫ଟି ମହାନଗର ନିଗମ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଅଞ୍ଚଳରେ ‘ନଗର ବନ’ ଯୋଜନାରେ ୧୩ କୋଟି ୮୪ ଲକ୍ଷ ଟଙ୍କା ବିନିଯୋଗରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ  ପ୍ରକାଶ ଜାଭେଦ୍‌କରଙ୍କୁ ଦେଇଛନ୍ତି । ସେହିପରି  ରାଜ୍ୟରେ ୧୩୧୫ ମେଟ୍ରିକ୍ ଟନ୍‌ ରକ୍ତ ଚନ୍ଦନ କାଠ ସଂରକ୍ଷିତ ରହିଛି । ଏହାକୁ ବିକ୍ରି କରିବା ଅନୁମତି ଦେବା ଲାଗି ଶ୍ରୀ ଆରୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜାଭେଦ୍‌କର ବିଭିନ୍ନ ରାଜ୍ୟର ଜଙ୍ଗଲ ମନ୍ତ୍ରୀମାନଙ୍କ ସହ ଜଙ୍ଗଲ ବୃଦ୍ଧି, ବନୀକରଣ, ନଗର ବନ ଯୋଜନା, ବିଦ୍ୟାଳୟ ନର୍ସରୀ, ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ ଆଦି ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ଚଳିତ ବର୍ଷ ପ୍ରୋଜେକଫ ଡଲ୍‌ଫିନ୍‌ ଓ ପ୍ରୋଜେକଫ ସିଂହ ସାରା ଦେଶରେ କାର୍ଯ୍ୟକାରୀ କରାଯାଇ ଡଲ୍‌ଫିନ୍‌ ଓ ସିଂହ ସଂଖ୍ୟା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।

- Advertisement -

ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ରାଜ୍ୟ ଜଙ୍ଗଲ ରିପୋର୍ଟ-୨୦୧୯ ଅନୁଯାୟୀ ଓଡ଼ିଶାରେ ଶତକଡ଼ା ୩୩.୧୫ ଭାଗ ଜଙ୍ଗଲ ବୃଦ୍ଧି ଘଟିଛି । ବିଗତ ୨୦ ବର୍ଷ ମଧ୍ୟରେ ୪୫୮୬ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ହୋଇଥିବାବେଳେ ଗତ ଦୁଇବର୍ଷରେ ଓଡ଼ିଶାର ଜଙ୍ଗଲ ପରିସୀମା ୯୨୯ ବର୍ଗ କିଲୋମିଟର ବ୍ୟାପିଛି । ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସତ୍ବେ ଓଡ଼ିଶାର ଏହି ଉପଲବ୍ଧି ବାସ୍ତବିକ ପ୍ରଶଂସନୀୟ । କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ୧ ଲକ୍ଷ ୧୦ ହଜାର ହେକଫର ପରିମିତ ଅଞ୍ଚଳରେ ଚାରା ରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ତେବେ ଏହି ଲକ୍ଷ୍ୟକୁ ଅତିକ୍ରମ କରି ଆମ ରାଜ୍ୟରେ ଚଳିତ ବର୍ଷ ୧ ଲକ୍ଷ ୩୦ ହଜାର ହେକ୍ଟରରେ ଚାରା ରୋପଣ କରାଯାଇପାରିଛି । ରାଜ୍ୟରେ ୧୩ କୋଟି ୭୦ ଲକ୍ଷ ଚାରା ଉତ୍ପାଦିତ ହୋଇ ରୋପଣ ପାଇଁ ସଂରକ୍ଷିତ ରହିଛି । ରାଜ୍ୟର ୧୦୦ଟି ବିଦ୍ୟାଳୟରେ ନର୍ସରୀ ଖୋଲାଯିବ । ଯେଉଁ ବିଦ୍ୟାଳୟଗୁଡ଼ିକରେ ଇକୋ-କ୍ଲବ୍‌ଗୁଡ଼ିକ ଉଚ୍ଚକୋଟୀର ବୃକ୍ଷରୋପଣ କାର୍ଯ୍ୟ କରୁଛନ୍ତି, ସେସବୁ ବିଦ୍ୟାଳୟଗୁଡ଼ିକୁ ଏହି ବିଦ୍ୟାଳୟ ନର୍ସରୀ ଯୋଜନା ପାଇଁ ଚିହ୍ନଟ କରାଯାଇଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପାଣ୍ଠି ପ୍ରଦାନ କଲେ ଏସବୁ ବିଦ୍ୟାଳୟ ନର୍ସରୀଗୁଡ଼ିକ ବୃକ୍ଷରୋପଣରେ ପହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ । ରାଜ୍ୟ ଜଙ୍ଗଲ ବିଭାଗ ଅନ୍‌ଲାଇନ୍‌ ଟିମ୍ବର ଟ୍ରାନ୍ସପୋର୍ଟ ପରପିଟ୍‌ ପୋର୍ଟାଲ୍‌ ଲୋକାର୍ପିତ କରିସାରିଛି । ଜାତୀୟ ଟ୍ରାନ୍‌ଜିଟ୍‌ ପାସ୍‌ ସିଷ୍ଟମ୍‌ ପୋର୍ଟାଲ୍‌କୁ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରି ତାସହ ଆପର ପୋର୍ଟାଲ୍‌କୁ ସଂଯୁକ୍ତ କରାଯାଇଛି । ଏହା ଦ୍ୱାରା ରାଜ୍ୟବାସୀ ନିଜ ଜମିରେ ବିଭିନ୍ନ ମୂଲ୍ୟବାନ ବୃକ୍ଷ ଲଗାଇବା ପାଇଁ ଆଗ୍ରହୀ ହେବେ ଓ ସେମାନଙ୍କୁ ଏହା କାଟିବା ଓ ବିକ୍ରି କରିବା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ ।
ଦେଶର ବୃହତ୍‌ ନଦୀମାନଙ୍କ ଅବବାହିକା ଓ ସେଗୁଡ଼ିକର ଦୁଇକୂଳରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟର ମହାନଦୀ ଦୁଇପାଶ୍ୱର୍ରେ ସଂପ୍ରତି କାର୍ଯ୍ୟକାରୀ କରାଯାଉଛି । କେନ୍ଦ୍ର କାମ୍ପା ପାଣ୍ଠିରୁ ଏଥି ନିମିତ୍ତ ଆବଶ୍ୟକ ଅନୁଦାନ ପ୍ରଦାନ କଲେ ଏହା ମହାନଦୀର ଦୁଇପାଶ୍ୱର୍କୁ ସଂପୂର୍ଣ୍ଣ ସବୁଜିମାମୟ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜାଭେଦ୍‌କରଙ୍କୁ ଅନୁଦାନ ପ୍ରଦାନ ପାଇଁ ଅନୁରୋଧ ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ ଏହି ଭିଡିଓ କନ୍‌ଫରେନ୍‌ସିଂ ବୈଠକରେ ଦେଶର ୩୦ଟି ରାଜ୍ୟର ଜଙ୍ଗଲ ମନ୍ତ୍ରୀମାନେ ଯୋଗଦେଇ ସଂପୃକ୍ତ ରାଜ୍ୟର ବନୀକରଣ ଓ ଜଙ୍ଗଲ ପରିସୀମା ବୃଦ୍ଧି ସମ୍ବନ୍ଧରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories