www.samajalive.in
Sunday, December 14, 2025
14.1 C
Bhubaneswar

ନଦୀ ଘାଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଲମପୁର : ହାତୀ ନଦୀର ଟେମରା ପରୁଆଗୁଡା ଘାଟ ମଝିରୁ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ଘାଟରେ ଏକ ମୃତଦେହ ଭାସୁଥିବା ନେଇ ପ୍ରଚାର ହେବା ପରେ ଏନେଇ ତୁରନ୍ତ ଜୟପାଟଣା ଓ କଲମପୁର ଥାନାକୁ ସୂଚନା ଦିଆଯାଇଥିଲା। କଲମପୁର ପୁଲିସର ଅନୁରୋଧକ୍ରମେ କଲମପୁର ଅଗ୍ନିଶମ ବାହିନୀ ହାତୀ ନଦୀର ବିଜମରା ପଂଚାୟତ ଅଧିନସ୍ଥ ପାଣିଗାଁ ଘାଟ ନିକଟରେ ପହଞ୍ଚିଥିଲେ। ଘାଟର ଅଳ୍ପ ଦୂର ମଧ୍ୟରେ ମୃତଦେହ ଥିବା ଦେଖିବା ପରେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ ଉପସ୍ଥିତିରେ କଲମପୁର ଅଗ୍ନିଶମ ବାହିନୀର ଭାରପ୍ରାପ୍ତ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ବନ ବିହାରୀ ପ୍ରଧାନ, ଡିସେମ୍ବର ବୁଡେକ, ନିରଞ୍ଜନ ଦାଶ, ସରୋଜ ପ୍ରଧାନ ପ୍ରମୁଖ ଅଗ୍ନିଶମ ବାହିନୀର କର୍ମଚାରୀ ଦିନ ୨ଟା ବେଳେ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହଟି କାହାର ଓ କେଉଁ ପରିସ୍ଥିତିରେ ହାତୀ ନଦୀରେ ପଡ଼ିଛି ସେନେଇ ତଦନ୍ତ ଜାରି ରହିଛି।

ଅପରପକ୍ଷେ, ଗତ ୩ ଦିନ ତଳେ ଶିବରାତ୍ର ଦିନ ସଂଧ୍ୟାରୁ ନିଖୋଜ ହେଇଥିବା ପୋଲକାମୁଣ୍ଡା ଗ୍ରାମର ଜନୈକ ଯୁବକ ଦିଲିପ ବାଗରଙ୍କ ମୃତଦେହ ବୋଲି ପ୍ରଚାର ହୋଇଥିଲା। କିନ୍ତୁ ମୃତଦେହ ଉଦ୍ଧାର ହେବା ପରେ ଏହା ଦିଲିପର ନୁହେଁ ବୋଲି ପରିବାର ଲୋକ କହିଥିଲେ। ବର୍ତମାନ ସୁଦ୍ଧା ମୃତଦେହ ଚିହ୍ନଟ ହେଇନଥିବାରୁ ଜୟପାଟଣା ପୁଲିସ ତରଫରୁ ସାଇନଟିଫିକ୍‌‌ ଟିମର ସହାୟତାରେ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories