www.samajalive.in
Monday, December 8, 2025
14.1 C
Bhubaneswar

କରୋନାରେ ଆକ୍ରାନ୍ତ ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ : ସପ୍ତାହକ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିଲ

କଲମପୁର: ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା। କଲମପୁର ଅଂଚଳ ଖୋଦ୍‍ ଜଣେ କରୋନା ଯୋଦ୍ଧା ବୋଲାଉଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଭୁତାଣୁର ସଂକ୍ରମିତ ହେବା ଘଟଣା ସାଧାରଣରେ ଆତଙ୍କ ଖେଲିଯାଇଛି। ସଂପୃକ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନିଜ କର୍ତବ୍ୟ ଯୋଗୁଁ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଗୋଷ୍ଟୀ ସଂକ୍ରମଣ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।
ପ୍ରାପ୍ତ ସୁଚନା ଅନୁସାରେ ସଂପୃକ୍ତ କର୍ମଚାରୀ ଗତ ରବିବାର ଦିନ ଜ୍ୱରରେ ପିଡିତ ହେଇ ନିଜ ଭଇଁରୀ ଗ୍ରାମରେ ରହିଥିଲେ। ସୋମବାର ଅଳ୍ପ ସୁସ୍ଥ ଅନୁଭବ କରିବାରୁ ପୁଣି କାର୍ୟ୍ୟ କ୍ଷେତ୍ରକୁ ଫେରି ଥିଲେ ମଧ୍ୟ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସାକ୍ଷାତ କରି ପୁଣି ଘରକୁ ଫେରିଯାଇଥିଲେ। ବୁଧବାର ସୁସ୍ଥ ହେବା ପରେ କାର୍ୟ୍ୟସ୍ଥଳୀକୁ ଫେରି ଶୁକ୍ରବାର ପର୍ୟ୍ୟନ୍ତ ନିଜ କର୍ତବ୍ୟ କରିଥିଲେ। ଶୁକ୍ରବାର ଦିନ କଲମପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କିଛି ପ୍ରବାସୀ ଓଡିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ସଂପୃକ୍ତ କର୍ମଚାରୀଙ୍କ ପରୀକ୍ଷା କରାଯାଇଥିଲା। ଯେଉଁଥିରେ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ଥିବା ଜଣା ପଡିଥିଲା। ତୁରନ୍ତ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିଜ ହେପାଜତକୁ ନେଇଥିଲା। କିନ୍ତୁ ସଂପୃକ୍ତ କର୍ମଚାରୀ କାହାଦ୍ୱାରା ସଂସ୍ପର୍ଶରେ ଆସିଥିଲେ ନିଜେ ଜାଣି ନାହାଁନ୍ତି। ଯାହାରି ଫଳେରେ ନିଜ ସେବା ପ୍ରଦାନ ବେଳେ ବହୁ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ କେହି ରୋଗୀ ଏହି ଭୁତାଣୁ ଦ୍ୱାରା ସଂକ୍ରମିତ ଥିବା ଆଶଙ୍କା କରାଯାଉଛି। ଯାହାରି ଫଳେରେ ଗତ ୧୫ ଦିନ ମଧ୍ୟରେ ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କ ସ୍ୱାବ ନମୂନା ପରୀକ୍ଷା କରାଯିବ। ସଂପୃକ୍ତ କର୍ମଚାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଚଳ ପ୍ରଚଳ କରିଥିବାରୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲାପାଳ ଗାଭିଲି ପରାଗ ହର୍ସଦ୍ଦଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ହେମସାଗର ଭୋଇ, ତହସିଲଦାର କରିସ୍ମା ବେଶ୍ରା ପ୍ରମୁଖ ଉପସ୍ଥିତରେ ସପ୍ତାହକ ପାଇଁ ସିଲ କରାଯାଇଛି। ବିଶୋଧନ ପରେ ପୁନଃ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯିବ।
ସ୍ୱାସ୍ଥ୍ୟ କେନ୍ଦ୍ର ସିଲ ହେବା ପରେ ଆନ୍ତଃ ରଗୀଙ୍କ ସୁରକ୍ଷା ଦୃଷ୍‍ିଟିରୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାହାରଯିବାକୁ ପରାମର୍ଶ ଦିଆଯାଇଥିଲା। ସଂପୃକ୍ତ କର୍ମଚାରୀ ଚିହ୍ନଟ ହେବା ପରେ ତାଙ୍କ ଗାଁ ଭିଁରୀକୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସରପଂଚ ନିଷିଧା ଅଂଚଳ ଘୋଷଣା କରିଥିବା ବେଳେ ଗାଁ ଠାରୁ ୩ କିଲୋମିଟର ଦୂରତ୍ୱ ମଧ୍ୟରେ ଥିବା ମିନଗୁର ପଂଚାୟତର ମିନଗୁର, ଧନପୁର ଓ ଭିର୍କାପଡାକୁ ବନ୍ଦ କରାଯାଇଛି। ଏହାସହ ସଅଥାନୀୟ ପ୍ରଶାସନ ତରଫରୁ ଲୋକଙ୍କ ସୁରକ୍ଷା ପାଇଁ କଲମପୁର ଗ୍ରାମ କୁ ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି। ଏହି ନିର୍ଦ୍ଦେଶ ଆସନ୍ତା ୭୨ ଘଣ୍ଟା ପର୍ୟନ୍ତ ବଳବତର ରହିବ। ଏହି ସମୟ ମଧ୍ୟରେ ଭଇଁରୀ ଗ୍ରାମ ଭିତରକୁ କେହି ବାହାର ଲୋକ ଓ କେହି ଭଇଁରୀ ଗ୍ରାମର ଲୋକ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହାସହ ସମ୍ପୁର୍ଣ୍ଣ ବନ୍ଦ ଘୋଷଣା ହେଇଥିବା ଗ୍ରାମ ଗୁଡିକ ରେ ମଧ୍ୟ କେବଳ ଚିକିତ୍ସା ଓ ଚାଷୀ ସମ୍ବନ୍ଧୀୟ ଦୋକାନ ବୟତିତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏନେଇ ଉଭୟ କଲମପୁର ଓ ମିନଗୁର ପଂଚାୟତ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories