www.samajalive.in
Sunday, December 7, 2025
23.1 C
Bhubaneswar

ନାକୁରୁଣ୍ଡି ଠାରେ ବ୍ଳକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

କଲମପୁର: ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଗୁଡିକରେ ଜନଶୁଣାଣି କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତରେ କ୍ରମାନ୍ବୟରେ ସପ୍ତାହର ସୋମବାର ଦିନ ଏହି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏନେଇ ଥୁଆମୂଳ ରାମପୁର ଭାରପ୍ରାପ୍ତ ବିଡିଓ ଭରତ କୁମାର ମେହେର ସୂଚନା ଦେଇଛନ୍ତି । ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଉପସ୍ଥିତିରେ ନାକୁରୁଣ୍ଡି ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସୋମବାର ଅନୁଷ୍ଠିତ ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୫୬ଟି ଅଭିଯୋଗ ଶୁଣାଣି ହୋଇଥିଲା । ଯେଉଁଥିରେ ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଗୃହ, ଭତ୍ତା, ମନରେଗା ଏବଂ ପାନୀୟଜଳ ସମସ୍ୟା ନେଇ ଲୋକଙ୍କ ଅଧିକାଂଶ ଅଭିଯୋଗ ଶୁଣାଣି ହୋଇଥିଲା । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ବିଡିଓଙ୍କ ସମେତ ସ୍ଥାନୀୟ ତହସିଲଦାର ଈଶ୍ବର ଚନ୍ଦ୍ର ଦାଶ, ବ୍ଲକ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ,ବ୍ଲକ ଶିକ୍ଷାଧିକାରୀ ଲୋକନାଥ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories