ଲଡୁଗାଁ: କଳାହାଣ୍ଡି ଜିଲ୍ଲାରେ କଳାବଜାରୀର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ରାତିରେ ଆମପାଣି ବନ ବିଭାଗ ପକ୍ଷରୁ କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ପେଟ୍ରୋଲିଂ କରୁଥିବାବେଳେ ଏକ ବେଆଇନ ୟୁରିଆ ସାର ବୋଝେଇ ପିକ୍ଅପ୍ ଭ୍ୟାନ୍ କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଡ୍ରାଇଭର ଜଣକ କୌଣସି କାଗଜପତ୍ର ଦେଖାଇ ପାରି ନଥିବାରୁ ସନ୍ଦେହ ଘେରକୁ ଆସିଥିଲା । ଯାହା ଫଳରେ ଗାଡ଼ିକୁ ଜବତ କରି ଆମପାଣି ଥାନାରେ ଜିମା ଦିଆଯାଇଛି। ବୁଧବାର ସକାଳେ କୋକସରା ଗୋଷ୍ଠୀ କୃଷି ଅଧୂକାରୀ ରାକେଶ ମାଝୀ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଧର୍ମଗଡ଼ ଛଞ୍ଚାଣବାହାଳୀ ଠାରୁ ନବରଙ୍ଗପୁର ଜିଲ୍ଲାକୁ ପିକଅପ୍ ଭ୍ୟାନ୍ ଯୋଗେ ୬୦ ବସ୍ତା ୟୁରିଆ ସାର ଚାଲାଣ ହେଉଥିବା ତଦନ୍ତ ପରେ ଜଣାପଡିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଏ ଅଞ୍ଚଳରେ ଆନ୍ତଃ ଜିଲ୍ଲା ସାର ଚୋରା ରାକେଟ ସକ୍ରିୟ ଅଛନ୍ତି ।
Popular Categories



