www.samajalive.in
Monday, December 8, 2025
13.1 C
Bhubaneswar

ବର୍ଷାରେ ସିଙ୍ଗାରୀ ଘାଟି ରାସ୍ତା ପାଲଟିଛି ମରଣଯନ୍ତା

କଲମପୁର: କଳାହାଣ୍ଡି ଜିଲାରେ ଲାଗି ରହିଛି ଲଗାଣ ବର୍ଷା। ଏହି ଲଗାଣ ବର୍ଷା ରାସ୍ତାର ଅବସ୍ଥା ଶୌଚନୀୟ ହୋଇପଡ଼ିଛି। ଅଧିକ ମାତ୍ରାରେ ଭାରିଯାନ ଚଳାଚଳ ଯୋଗୁଁଁ ସିଙ୍ଗାରୀ ଘାଟି ରାସ୍ତାର ଅବସ୍ଥା ନକହିବା ଭଲ। ସ୍ଥାନେ ସ୍ଥାନେ ବିରାଟ ଗର୍ତ ସୃଷ୍ଟି ହେଇଥିବାରୁ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହାସହ ରାସ୍ତା ନିର୍ମାଣ ସମୟରେ ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇନଥିବାରୁ ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେଇ ପିଚୁ ସବୁ ଖାଇଯାଉଛି। ଅନେକ ସ୍ଥାନରେ ପାଣି ଜମି ରହି ଗର୍ତ ସୃଷ୍ଟି କରିଛି। କଲମପୁର ଠାରୁ ଥୁଆମୁଳ ରାମପୁରକୁ ସଂଯୋଗ କରୁଛି ଏହି ସିଙ୍ଗାରୀ ଘାଟି ରାସ୍ତା। ଏହି ରାସ୍ତା ପୂର୍ତ ବିଭାଗ ଅଧିନରେ ରହିଛି। କଲମପୁର ଠାରୁ ୧୭ କିଲୋମିଟର ରାସ୍ତା ମଧ୍ୟରୁ ଘାଟି ଅଞ୍ଚଳ ୮ କିଲୋମିଟର। କିନ୍ତୁ ଘାଟି ରାସ୍ତାର ଉନ୍ନତି କରଣରେ ସିଙ୍ଗାରି ଘାଟି ସଂରକ୍ଷିତ ଜଙ୍ଗଲରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଜଙ୍ଗଲ ଆଇନ ବାଧକ ସାଜିଛି। ଅନ୍ୟପଟେ ପୂର୍ତ ବିଭାଗ ମରାମତି ନାଁରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ରାସ୍ତାର ଅବସ୍ଥା ସୁଧୁରି ପାରୁ ନାହିଁ।

ଗତ ଏକ ବର୍ଷ ହେବ ଏହି ରାସ୍ତା ଦେଇ ବିଭିନ୍ନ ଠିକା ସଂସ୍ଥାର ୪୦ଟନ୍ ରୁ ଅଧିକ ଓଜନ ବିଶିଷ୍ଟ ଭାରିଯାନରେ ବାଲି, ମେଟାଲ, ଚିପ୍ସ ବୋଝେଇ କରି ଥୁଆମୂଳ ରାମପୁର, ରାୟଗଡ଼଼ା ଜିଲ୍ଲାର କାଶିପୁର ଅଞ୍ଚଳକୁ •ଲାଣ କରାଯାଉଛି। ଏହି ଭାରିଯାନ ଚଳା ଚଳ ନିଷେଧ ଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଏନେଇ କୌଣସି ପଦକ୍ଷେପ ନେଉନଥିବାରୁ ରାସ୍ତା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହେଇପଡ଼ିଛି। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଅଧିକାରୀ ଗୁରୁତ୍ୱ ଦେଉନଥିବାରୁ ଆଉ ଅଳ୍ପ ଦିନ ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଥୁଆମୁଳ ରାମପୁର ସହ ଯୋଗା ଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା କରାଯାଉଛି। ତୁରନ୍ତ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ଦାବି ହୋଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories