www.samajalive.in
Friday, December 5, 2025
20.1 C
Bhubaneswar

ଚମତ୍କାରୀ ଗୁଣରେ ଭରପୁର କାଢା

କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ। ତେଣୁ ସଭିଁଙ୍କୁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।
ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଦୁର୍ବଳ ସେମାନେ ପାଗ ପରିବର୍ତ୍ତନରେ ହେଉଥିବା ଥଣ୍ଡା ଏବଂ କରୋନା ସଂକ୍ରମଣ ସମେତ ଅନ୍ୟାନ୍ୟ ରୋଗରେ ଅଧିକାଂଶ ଆକ୍ରାନ୍ତ ହୁଅନ୍ତି । ଖାଦ୍ୟରେ କିଛି ବିଶେଷ ଜିନିଷ ଅନ୍ତର୍ଭୁକ୍ତ କରି ରୋଗ ପ୍ରତିରୋଧକ ଶକ୍ତି ସହଜରେ ବୃଦ୍ଧି କରାଯାଇପାରେ ।
ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ,ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ କାଢା ସେବନ ଏକ ଉତ୍ତମ ବିକଳ୍ପ। ତେବେ ଏହି କାଢାରେ କେଉଁ ଜିନିଷର ବ୍ୟବହାର ଓ କିଭଳି ପ୍ରସ୍ତୁତ କରିବା , ତାହା ଜାଣିବା ମଧ୍ୟ ଆବଶ୍ୟକ।
ଅଦା – ଛୋଟ ଖଣ୍ଡ
ଗୁଡ – ୧-୨ ଖଣ୍ଡ
ଗୋଲମରିଚ – ଅଳ୍ପ
ଜୁଆଣି – ଅଳ୍ପ
ଡାଲଚିନି- ୩ ରୁ ୪ ଖଣ୍ଡ
ପାନମଧୁରୀ – ଅଳ୍ପ
ଲବଙ୍ଗ – ୨ଟି
ଅଳେଇଚ
ଘରେ ପ୍ରସ୍ତୁତ ଚା’ମସଲା
ଏହି ସମସ୍ତ ଜିନିଷରେ ପ୍ରସ୍ତୁତ କାଢା ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ୨ ଗ୍ଲାସ ପାଣି ଗରମ କରନ୍ତୁ। ପାଣି ଫୁଟିବା ପରେ ଏଥିରେ ଅଦା ଓ ଅନ୍ୟ ସମସ୍ତ ଉପାଦାନ ପକାନ୍ତୁ। ୭ ରୁ ୮ ମିନିଟ ଫୁଟାଇବା ପରେ ଏହା ଅଧ ଗ୍ଲାସ ହୋଇଯିବା ପରେ ଛାଣି ଉଷୁମ ଉଷୁମ ପିଅନ୍ତୁ।
କାଢାରେ ପ୍ରସ୍ତୁତ ହୋଇଥିବା ଉପାଦାନରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଗଳା, ଥଣ୍ଡା ଏବଂ କାଶକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିସହ ଅଦାରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଏହା ଶରୀରରୁ ଥଣ୍ଡାଜନିତ ସମସ୍ୟା ଦୂର କରିବା ସହ ଆପଣଙ୍କୁ ଅନେକ ରୋଗରୁ ଏହି କାଢା ରକ୍ଷା କରିଥାଏ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories