କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୋପବନ୍ଧୁଙ୍କ ଜୟନ୍ତୀ
ଗୁରୁଡିଝାଟିଆ : ଗୁରୁଡିଝାଟିଆସ୍ଥିତ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀନଜନବନ୍ଧୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଛି । ଶିକ୍ଷାବିତ୍ ତଥା ସମାଜ ପାଠକ ମଞ୍ଚର ସଭାପତି ବିମ୍ବାଧର ନାୟକ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ କହିଥିଲେ ସମଗ୍ର ବିଶ୍ୱରେ ଆର୍ତ୍ତଜନଙ୍କ ସେବାକୁ ଜୀବନରେ ବ୍ରତ ଭାବରେ ଗ୍ରହଣ କରିବା ନିଆରା ବ୍ୟକ୍ତିତ୍ୱ କେବଳ ଗୋପବନ୍ଧୁ ଥିଲେ। ଯାହାଙ୍କ ହୃଦୟ ଦୁଃଖିଲୋକର ଆଖିର ଲୁହ ଦେଖିଲେ ବିଗଳିତ ହେଉଥିଲା । ବାସ୍ତବରେ ଗୋପବନ୍ଧୁ ବିଶ୍ୱର ମଣି କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି କହିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାବତୀ ବେହେରା, ପ୍ରବୀଣ ମହାପାତ୍ର, ସମାଜ ପାଠକ ମଞ୍ଚର ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ନାୟକ, ସିଆରସିସି ସମରେନ୍ଦ୍ର ବିଶ୍ୱାଳ, କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷପ ପ୍ରଦୀପ କୁମାର ନାୟକ, ବିଦ୍ୟାଳୟ ପ୍ରଧାନଶିକ୍ଷ ବିମଳ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଲିପିକା ମହାନ୍ତି, ମମତା ମୟୀ ମହାନ୍ତି, କୁଳମଣି ପଣ୍ଡା, ପ୍ରସନ୍ନ କୁମାର ଲେଙ୍କା, ସୀତାଂଶୁ ପଣ୍ଡା, ସୁଜତା ବେହେରା, ଜାନକୀ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଜୟନ୍ତୀ ଉତ୍ସବରେ ଯୋଗଦେଇଥିଲେ।
Comments are closed.