www.samajalive.in
Saturday, December 13, 2025
21.1 C
Bhubaneswar

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ଚାମ୍‌ଲିଙ୍ଗ୍‌

ଗ୍ୟାଙ୍ଗ୍‌ଟକ : ସିକିମ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍‌ଲିଙ୍ଗ୍‌ ଦେଶର ସବୁଠାରୁ ଦୀର୍ଘ ସମୟ ଧରି କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତାଲାଭ କରିଛନ୍ତି। ଏହି ଅବସରରେ ଚାମ୍‌ଲିଙ୍ଗ୍‌ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି। ସ୍ୱର୍ଗତ ବସୁ ୨୧ ଜୁନ ୧୯୭୭ରୁ ୨୬ ଅକ୍ଟୋବର ୨୦୦୦ ପର୍ଯ୍ୟନ୍ତ (୨୩ ବର୍ଷ ୪ ମାସ ୫ ଦିନ) ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଏହି ରେକର୍ଡ ସୃଷ୍ଟି କରିଥିଲେ। ଅପରପକ୍ଷରେ ଚାମ୍‌ଲିଙ୍ଗ୍‌ ୧୨ ଡିସେମ୍ବର ୧୯୯୪ରୁ ଏପର୍ଯ୍ୟନ୍ତ (୨୩ ବର୍ଷ ୪ ମାସ ୧୭ ଦିନ) ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟ କରିବା ସହ ସ୍ୱର୍ଗତ ବସୁଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି।
ସିକିମ ଡେମୋକ୍ରାଟିକ ଫ୍ରଣ୍ଟ ଦଳର ନେତା ୬୮ ବର୍ଷୀୟ ଚାମ୍‌ଲିଙ୍ଗ୍‌ ୧୯୯୪ ଡିସେମ୍ବର ୧୨ରୁ ସିକିମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏଥିପାଇଁ ଚାମ୍‌ଲିଙ୍ଗ୍‌ ଫେସବୁକ୍‌ ଜରିଆରେ ସିକିମବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଚାମ୍‌ଲିଙ୍ଗ୍‌ ୧୯୮୫ରେ ପ୍ରଥମ ଥର ପାଇଁ ସିକିମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ରେ ସେ ଦ୍ୱିତୀୟ ଥର ବିଧାୟକ ନିର୍ବାଚିତ ହୋଇଥିବାବେଳେ ତତ୍କାଳୀନ ନରବାହାଦୂର ଭଣ୍ଡାରୀଙ୍କ ମନ୍ତ୍ରିମଣ୍ଡଳରେ ଶିଳ୍ପ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାପରେ ଚାମ୍‌ଲିଙ୍ଗ୍‌ ୧୯୯୩ ମାର୍ଚ୍ଚ ୪ରେ ‘ସିକିମ ଡେମୋକ୍ରାଟିକ ଫ୍ରଣ୍ଟ‘ ନାମରେ ଦଳ ଗଠନ କରିଥିଲେ। ଏସଡିଏଫ୍‌ ସଭାପତି ଭାବେ ଚାମ୍‌ଲିଙ୍ଗ୍‌ ପାଞ୍ଚଥର (୧୯୯୪, ୧୯୯୯, ୨୦୦୪, ୨୦୦୯, ୨୦୧୪) ବିଧାନସଭାକୁ ନିର୍ବାଚିତ ହେବାସହିତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନ କରିଆସୁଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories