www.samajalive.in
Sunday, December 14, 2025
14.1 C
Bhubaneswar

କୋଶୀ ନଦୀରେ ଡଙ୍ଗା ବୁଡ଼ି ୮ ମୃତ

ପାଟନା : ବିହାର ଭାଗଲପୁରଠାରେ ରବିବାର କୋଶୀ ନଦୀରେ ଏକ ଡଙ୍ଗା ବୁଡ଼ି ୮ ଜଣ ନିଖୋଜ ହୋଇଯାଇଛନ୍ତି । ଡଙ୍ଗାରେ ୧୬ ଜଣ ଲୋକ ନଦୀ ପାର ହେଉଥିଲେ । କ୍ଷମତାଠାରୁ ଅଧିକ ଲୋକ ଯୋଗୁଁ ଡଙ୍ଗାଠି ନଈ ମଝିରେ ଓଲଟି ପଡିଥିଲା । ୭ ଜଣ ଲୋକ ପହଁରି ନଦୀ କୂଳରେ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଦଳ ନଦୀରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ନିଖୋଜ ବ୍ୟକ୍ତିଙ୍କୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ବିଭାଗୀୟ ଉଚ୍ଚଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି। ଡଙ୍ଗା ବୁଡ଼ି ବିହାରରେ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଜାନୁଆରୀ ୩୧ରେ ଏକ ଡଙ୍ଗା ବୁଡ଼ିରେ ୫ ଜଣ ଲୋକ ପ୍ରାଣ ହରାଇଥିଲେ । ସେହିପରି ଜାନୁଆରୀ ୧୪ରେ ଏକ ଡଙ୍ଗା ବୁଡ଼ିରେ ୨୫ ଜଣ ଲୋକ ପ୍ରାଣ ହରାଇଥିଲେ ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories