www.samajalive.in
Friday, December 12, 2025
26.1 C
Bhubaneswar

ଉପନିବେଶବାଦୀ ଆଇନ ନୁହେଁ, ପ୍ରାଚୀନ ଭାରତୀୟ ନ୍ୟାୟପାଳିକା ଶିକ୍ଷା ଜରୁରୀ – ଜଷ୍ଟିସ୍ ଏସ୍ ଅବଦୁଲ୍ ନଜିର

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ଅବଦୁଲ୍ ନଜିର ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଚୀନ ତଥାପି ଉନ୍ନତ ଆଇନଗତ ନ୍ୟାୟବିଧାନ ଦାବି କରିଛନ୍ତି। ସେ କହିଛନ୍ତି ଆଇନ ଶାସ୍ତ୍ର ସହ ସମ୍ପର୍କିତ ମନୁ, କୌଟିଲ୍ୟ, ବୃହସ୍ପତି ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଇନ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ଅତ୍ୟନ୍ତ ଜରୁରୀ।

ସେ କହିଛନ୍ତି, ‘ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଔପନିବେଶିକ ଆଇନ ବ୍ୟବସ୍ଥା ଭାରତୀୟଙ୍କ ପାଇଁ ଉପଯୁକ୍ତ ନୁହେଁ। ସମୟର ଆବଶ୍ୟକତା ହେଉଛି ଆଇନ ବ୍ୟବସ୍ଥାର ଭାରତୀୟକରଣ। ଏଭଳି ଉପନିବେଶବାଦୀ ମାନସିକତାକୁ ବିଲୋପ କରିବାକୁ ସମୟ ଲାଗିପାରେ କିନ୍ତୁ ମୁଁ ଆଶା କରୁଛି ଯେ ମୋ କଥା ଆପଣମାନଙ୍କୁ ଏ ବିଷୟରେ ଚିନ୍ତା କରିବା ପାଇଁ ସୁଯୋଗ ଦେବ। ସେ କହିଛନ୍ତି, ଆପଣମାନେ ଏହି ପ୍ରସଙ୍ଗ ଉପରେ ଗଭୀର ଭାବରେ ଚିନ୍ତା କରନ୍ତୁ ଏବଂ ଭାରତୀୟ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କେଉଁ ପଦକ୍ଷେପ ନିଆଯିବା ଆବଶ୍ୟକ କୁହନ୍ତୁ।’

- Advertisement -

ଜଷ୍ଟିସ ନଜିର କହିଛନ୍ତି ଯେ ଆମ ଦେଶର ଭବିଷ୍ୟତ ଆଇନଜୀବୀ ଏବଂ ବିଚାରପତିଙ୍କ ଉପରେ ନିର୍ଭର କରେ। ସେହି ଆଇନଜୀବୀ ଓ ବିଚାରପତିମାନେ କେବଳ ଭାରତର ସାମାଜିକ ସ୍ତିତି ବୁଝିପାରିବେ ଏବଂ ଏହାର ସାମାଜିକ ବାତାବରଣ ଅନୁଭବ କରିବେ। ସେ କହିଛନ୍ତି, କେହି ଜନ୍ମରୁ ମହାନ ଆଇନଜୀବୀ ଓ ବିଚାରପତିମାନେ ହୋଇନାହାଁନ୍ତି ବରଂ ଉପଯୁକ୍ତ ଶିକ୍ଷା ଓ ଆମ ଦେଶର ମହାନ ପରମ୍ପରା ସେମାନଙ୍କୁ ସଫଳତା ଦେଇଛି। ମନୁ, କୌଟିଲ୍ୟ, କାତାୟନ, ବୃହସ୍ପତି, ନାରଦ, ପରାଶର, ଯାଜ୍ଞବଳକ ଏବଂ ଭାରତର ଅନ୍ୟାନ୍ୟ ପ୍ରାଚୀନ ଆଇନଗତ ପ୍ରତିଷ୍ଠାତା ଆମ ପାଇଁ ଯେଉଁ ମହାନ ପରମ୍ପରା ସୃଷ୍ଟି କରିଯାଇଛନ୍ତି, ତାହା ଏବେ ଆମ ଆଇନ ଛାତ୍ରଛାତ୍ରୀ ଶିକ୍ଷା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେମାନଙ୍କ ଆଦର୍ଶ ଓ ଜ୍ଞାନକୁ ଅବହେଳା କରିବା ଆମର ଜାତୀୟ ସ୍ୱାର୍ଥ ବିରୁଦ୍ଧରେ ବୋଲି ସେ କହିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories