ଜୁନିୟର ସୁଟିଂ ବିଶ୍ୱକପ୍‌: ମାନୁ-ଅନ୍‌ମୋଲଙ୍କୁ ସ୍ୱର୍ଣ୍ଣ

0

ସିଡ଼ନୀ- ଏଠାରେ ଆୟୋଜିତ ସୁଟିଂ (ବନ୍ଧୁକଚାଳନା) ଜୁନିୟର ବିଶ୍ୱକପ୍‌ରେ ଭାରତକୁ ୭ମ ସ୍ୱର୍ଣ୍ଣ ପଦକ ମିଳିଛି। ୧୦ ମିଟର ମିକ୍ସଡ ଏୟାର ପିସ୍ତଲ୍‌ ବିଭାଗରେ ଭାରତର ମାନୁ ଭାକେର ଓ ଅନ୍‌ମୋଲ ଯୋଡ଼ି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଯୋଗ୍ୟତା ହାସଲ ପର୍ଯ୍ୟାୟରେ ମାନୁ-ଅନ୍‌ମୋଲ ଯୋଡ଼ି ପ୍ରଥମ ସ୍ଥାନରେ ରହି ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ଫାଇନାଲରେ ଏହି ଯୋଡ଼ି ଭଲ ପ୍ରଦର୍ଶନ କରିବା ସହ ୪୭୮.୯ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚୀନ୍‌ର ଲିଉ ଜିଆନଓ ଓ ଲି ଏକ୍ସୟୁ ଯୋଡ଼ି ୪୭୩.୩ ପଏଣ୍ଟହାସଲ କରି ରୌପ୍ୟ ଓ ୱାଙ୍ଗ ହେହୋ ଓ ଜିଆରୁଜୁଆନ୍‌ ଯୋଡ଼ି ୪୧୦.୭ ପଏଣ୍ଟ ହାସଲ କରି ବ୍ରୋଞ୍ଜ ପଦକ ଜିତିଥିଲେ। ଅନ୍ୟତମ ଭାରତୀୟ ଯୋଡ଼ି ଗୌରବ ରାଣା ଓ ମହିମା ଥୁରି ୩୭୦.୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ୧୦ ମିଟର ମିକ୍ସଡ ଏୟାର ରାଇଫଲ ବିଭାଗରେ ଶ୍ରେୟା ଅଗ୍ରୱାଲ୍‌ ଓ ଅଜୁର୍ନ ବାହୁତାଙ୍କ ଯୋଡ଼ଇ ୪୩୨.୮ ପଏଣ୍ଟ ହାସଲ କରି ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଏଲାଭେନିଲ୍‌ ଓ ତେଜସ୍‌ ଯୋଡ଼ି ୩୮୯.୧ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଥିଲେ।

Leave A Reply