www.samajalive.in
Friday, December 5, 2025
23.1 C
Bhubaneswar

ପରିବେଶ ନଷ୍ଟକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ 

ଜି ଉଦୟଗିରି : ଦିନକୁ ଦିନ ଗ୍ରୀଷ୍ଣ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଗରମ ଆଉ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ସାରା ଓଡିଶାବାସୀ। ତାମଧ୍ୟରେ ଜଙ୍ଗଲ ନିଆଁ ବନ ବିଭାଗକୁ ନାକେଦମ କରୁଛି। ଫୁଲବାଣୀ ଓ ଉତ୍ତର ବନଖଣ୍ଡ ସୀମାନ୍ତ ଜଙ୍ଗଲରେ ନିଆଁ ଲାଗିଛି । ଆଜି  ଜି ଉଦୟଗିରି ବନାଞ୍ଚଳ ଅଧିକାରିଣୀ ଦାୟୀତ୍ୱ ରେ ଥିବା ଉପ ବନ ସଂରକ୍ଷକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମକ୍ଷା କରିଛନ୍ତି। ସେ କହିଛନ୍ତି ଯେ  ଜଙ୍ଗଲ ସୃଷ୍ଟି ହେଉଛି ଭଗବାନଙ୍କ ବରଦାନ । ଏହାକୁ ସୁରକ୍ଷା କରିବା ହେଉଛି ବନବିଭାଗ ର ଦାୟୀତ୍ୱ । ଏଥି ପାଇଁ ବିଭାଗ ଗାଁରେ ବୈଠକ କରାଯାଉଛି। ଏବଂ  ଦାସକାଠିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ହେଲେ କିଛି ଖଳ ପ୍ରକୃତିର ଲୋକ ଏଭଳି କାଣ୍ଡ କରୁଛନ୍ତି। ତେଣୁ ସେମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରପକ୍ଷେ ବନପାଳ ରଶ୍ମିତା ବକ୍ସି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାରା ସ୍କ୍ୱାର୍ଡ ସାହାଯ୍ୟରେ ଫାୟାର ଲାଇନ କାଟିବା ସହ ବ୍ଲଏର ସାହାଯ୍ୟରେ ନିଆଁ କୁ ଆୟତ୍ତ କରିଥିବା ଜଣାପଡିଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories