www.samajalive.in
Friday, December 5, 2025
23.1 C
Bhubaneswar

ଯୁବକଙ୍କୁ ପଞ୍ଚତାରକା ହୋଟେଲ ଛାତରୁ ଠେଲିଦେଲେ ନିଶାଶକ୍ତ ବ୍ୟବସାୟୀ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ବରେଲି: ସାମାନ୍ୟ ଯୁକ୍ତିତର୍କରୁ ଜଣେ ଯୁବକଙ୍କୁ ଏକ ପଞ୍ଚତାରକା ହୋଟେଲ ଛାତରୁ ଠେଲି ଦେଇଛନ୍ତି ନିଶାଶକ୍ତ ବ୍ୟବସାୟୀ। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ। ଘଟଣାର ଦୃଶ୍ୟ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଛାତରୁ ଖସି ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସାର୍ଥକ ଅଗ୍ରୱାଲ। ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ସାର୍ଥକ ତାଙ୍କର କିଛି ସାଙ୍ଗମାନଙ୍କ ସହିତ ଉକ୍ତ ପଞ୍ଚତାରକା ହୋଟେଲରେ ରବିବାର ରାତିରେ ପାର୍ଟି କରୁଥିଲେ। ପାର୍ଟିରେ ସାମିଲ ଥିବା ଜଣେ ଯୁବତୀଙ୍କ ବାପା ସଞ୍ଜୀବ ଅରୋରା ସେଠାରେ କିଛି ସମୟ ପରେ ପହଞ୍ଚିଥିଲେ। ସାର୍ଥକ ସଞ୍ଜୀବଙ୍କୁ ଦେଖିବା ପରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। କିନ୍ତୁ ନିଶାଶକ୍ତ ଅବସ୍ଥାରେ ଥିବା ସଞ୍ଜୀବ ତାଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ କରିଥିଲେ। ଏପରେ ସେ  ସାର୍ଥକଙ୍କୁ ମାରପିଟ୍‌ କରିବା ସହିତ ଛାତରୁ ଠେଲି ଦେଇଥିଲେ। ଘଟଣା ସଂକ୍ରାନ୍ତରେ ଥାନାରେ ଏତଲା ଦିଆଯାଇଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories