bjd gruha runa banner

ରାତିରେ ଏହି କାର୍ଯ୍ୟ କରୁଛନ୍ତି କି?

bjd  ek lkhya koti banner

ରାତିରେ ଏପରି କିଛି କାର୍ଯ୍ୟ ରହିଛି, ଯାହା ବର୍ଜନୀୟ। ଭୁଲରେ ମଧ୍ୟ ସେହି କାର୍ଯ୍ୟ କରିବା ଉଚିତ୍ ନୁହେଁ। ନଚେତ୍ ଜୀବନରେ ସମସ୍ୟା ଲାଗି ରହିଥାଏ।
ହିନ୍ଦୁ ଧର୍ମରେ ସୂର୍ଯ୍ୟାସ୍ତ ପରେ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ସନ୍ଧ୍ୟା ପରେ ସେହି କାର୍ଯ୍ୟ କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଜୀବନରେ ସମସ୍ୟା ଲାଗି ରହିଥାଏ। ଏହାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ପଡିଥାଏ। ଜାଣନ୍ତୁ ସେହି ବର୍ଜନୀୟ କାର୍ଯ୍ୟ ବିଷୟରେ..

ଧନ,ଚାକିରି ଠାରୁ ଆରମ୍ଭ କରି ଚମକିବ ଭାଗ୍ୟ: ଶୋଇବା ପୂର୍ବରୁ ରଖନ୍ତୁ ଏହି ୫ଟି ଜିନିଷ..

ବାସ୍ତ ଶାସ୍ତ୍ର ଅନୁସାରେ ରାତିରେ କିମ୍ବା ସନ୍ଧ୍ୟା ପରେ ନଖ କାଟିବା ଉଚିତ୍ ନୁହେଁ। ଏହା ବ୍ୟତୀତ ମଙ୍ଗଳବାର, ଗୁରୁବାର ଓ ଶନିବାର ଭୁଲରେ ମଧ୍ୟ ନଖ କାଟନ୍ତୁ ନାହିଁ।
ରାତିରେ ଘର ଝାଡୁ ମାରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି। ରାତିରେ ଘର ଝାଡୁ କରିବା ଦ୍ୱାରା ଅଯଥାରେ ଟଙ୍କା ଖର୍ଚ୍ଚ ଲାଗି ରହିବା ସହ ଅଭାବ ଲାଗି ରହିଥାଏ।
ରାତିରେ ଭୁଲରେ ମଧ୍ୟ ଦାନ କରନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ ଦାନ କରିବା ଉଚିତ୍ ନୁହେଁ। ସୂର୍ଯ୍ୟାସ୍ତ ପରେ ହଳଦୀ, ତେଲ, କ୍ଷୀର, ଦହି ଦାନ କରିବା ଉଚିତ୍ ନୁହେଁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।

 

Comments are closed.