www.samajalive.in
Friday, December 5, 2025
23.1 C
Bhubaneswar

ସିନ୍ଦୂର ନୁହେଁ ବୁର୍ଖା ପିନ୍ଧ: ପତ୍ନୀଙ୍କ ଆଗରେ ମହିଳାଙ୍କୁ ଦୁଷ୍କର୍ମ, ପରେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲା ଅଭିଯୁକ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନେହା ହତ୍ୟାକାଣ୍ଡ ମାମଲା ଥମିନଥିବା ବେଳେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ଏଭଳି କ୍ରୁରତାର ବ୍ୟବହାର କରିଛନ୍ତି ଯାହାକି ସବୁ ସୀମା ଅତିକ୍ରମ କରିଛି। ସୂଚନା ଅନୁସାରେ ଜଣେ ପୁରୁଷ ଓ ତାଙ୍କ ପତ୍ନୀ ଜଣେ ୨୮ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ତାଙ୍କର କିଛି ଅଶ୍ଳୀଳ ଫଟୋ ଦେଖାଇ ବ୍ଲାକମେଲ କରୁଥିଲେ। ଏପରିକି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୀଡିତା ମହିଳା ଜଣଙ୍କ ଏନେଇ ଅଭିଯୋଗ କରିବା ପରେ ୭ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ମହିଳାଙ୍କ ଅଭିଯୋଗ ଅନୁସାରେ ସଂପୃକ୍ତ ବ୍ୟକ୍ତି ଜଣ ତାଙ୍କ ପତ୍ନୀଙ୍କ ଆଗରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ବୁର୍ଖା ପିନ୍ଧିବାକୁ ଜବରଦସ୍ତି କରିବା ସହ କପାଳରେ ସିନ୍ଦୂର ନଲଗାଇବାକୁ ବାଧ୍ୟ କରିଥିଲେ।
ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଲା ରଫିକ୍‌‌ ଏବଂ ତାଙ୍କ ପତ୍ନୀ। ଉଭୟଙ୍କୁ ପୁଲିସ ଗିରଫ କରିଛି। ଏହି ସ୍ୱାମୀ ସ୍ତ୍ରୀ ମିଶି ମହିଳାଙ୍କୁ ମାନସିକ ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହାସହିତ ଉଭୟ ମହିଳାଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲ୍‌‌ କରି ହିନ୍ଦୁ ଧର୍ମରୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ପୁଲିସ ସୂଚନା ଅନୁସାରେ ରଫିକ୍‌‌ ଏବଂ ତାର ପତ୍ନୀ ମହିଳାଙ୍କୁ ୨୦୨୩ରୁ ବେଲଗାଭି ସ୍ଥିତ ନିଜ ଘରେ ରଖି ନିର୍ଯାତନା ଦେଉଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories