www.samajalive.in
Friday, December 5, 2025
23.1 C
Bhubaneswar

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡା ସହରାଞ୍ଚଳ ରେଳ ଓଭର ବ୍ରିଜ୍ ତଳ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସମ୍ବଲପୁର ଜିଲ୍ଲାର ନୟାପରା ଅଞ୍ଚଳର ପ୍ରେମ କୁମାର ହିନ୍ଦୁଜା ବୋଲି ଜଣାପଡିଛି। ପ୍ରେମକୁମାର ଝାରସୁଗୁଡ଼ା ସହରସ୍ଥିତ ଭୁଲିଆଟିକ୍ରା ଅଞ୍ଚଳରେ ରହୁଥିବା ତାଙ୍କ ବଡ଼ଭଉଣୀଙ୍କ ଘରକୁ ବୁଲିବାକୁ ଆସିଥିଲେ । ରାତିଅଧରେ ସେ ଘରୁ କେଉଁଆଡେ ଚାଲିଯାଇଥିଲେ । ଭଉଣୀ ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ପ୍ରେମକୁମାରଙ୍କୁ ପାଇନଥିଲେ । ଆଜି ରେଳଧାରଣା ନିକଟରୁ ତାଙ୍କର ମୃତଦେହ ମିଳିଥିଲା । ରେଳବାଇ ପୁଲିସ୍‌ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories