www.samajalive.in
Friday, December 5, 2025
23.1 C
Bhubaneswar

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ୍‌

ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ ନେଇ ଶନିବାର ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ସମୟରେ ଆଲେକ୍ସ କେରୀଙ୍କ ବ୍ୟାକୱର୍ଡ ପଏଣ୍ଟରେ ଏକ କ୍ୟାଚ ନେବାଲାଗି ଆୟର ପଛକୁ ଦୌଡ଼ୁଥିବାବେଳେ ଆଘାତ ପାଇଥିଲେ। ସେହି ସମୟରେ ପଡ଼ିଯିବାରୁ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଥିଲା। ବିସିସିଆଇ ରିପୋର୍ଟରେ ତାଙ୍କ ପଞ୍ଜରା ଫାଟି ଯାଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ସିଡ୍‌ନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଯେଉଁଠାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତେବେ ଶ୍ରେୟସଙ୍କୁ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରିଥିବାରୁ ସିଡନୀରେ ଡାକ୍ତର କୁରୁଶ ହାଘିଘି ଓ ତାଙ୍କ ଦଳ ଏବଂ ଭାରତରେ ଡାକ୍ତର ଦିନଶା ପାରଦିୱାଲାଙ୍କୁ ବିସିସିଆଇ ଧନ୍ୟବାଦ ଜଣାଇଛି। ତେବେ ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଧ୍ୟାନରେ ରଖି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ସେ ସିଡନୀରେ ରହିବା ନେଇ ବିସିସିଆଇ ତରଫରୁ କୁହାଯାଇଛି। ଏଥିସହିତ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଭାରତ ଆସିବେ ବୋଲି ମଧ୍ୟ କୁହାଯାଇଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories