www.samajalive.in
Sunday, December 14, 2025
14.1 C
Bhubaneswar

ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ କରଞ୍ଜିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅରୁଣ କୁମାର ଓତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ସେତୁ ପୁରୋଧା ତଥା ଏସସିବି ମେଡିକାଲ କଲେଜ ଉପଦେଷ୍ଟା ଦିଲ୍ଲୀପ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ବିଜୟ ନାଏକ, ମୁଖ୍ୟ ବକ୍ତା ଭାବେ ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଡାକ୍ତର କାହ୍ନୁ ଦାସ, ସାମ୍ବାଦିକ ସୌରଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
ମୁଖ୍ୟବକ୍ତା ପ୍ରମିଳା ପଣ୍ଡା ନିଜ ବକ୍ତବ୍ୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଓଡିଶା ପ୍ରତି ଅବଦାନ ଏବଂ ତାଙ୍କ ଉଦାରତା ସମ୍ପର୍କରେ କହିବା ସହିତ ଜିଲ୍ଲାର ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। ଯଦି ଆମର ଭାବନା ଏକ ହେବ ତେବେ ସମସ୍ୟାକୁ ଅତିକ୍ରମ କରି ହେବ କହିବା ସହ ଆମ ଜିଲ୍ଲା ଏବେବି ଅବହେଳିତ ବୋଲି କ୍ଷୋଭ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ନିଜ ଭାଷଣରେ ଦୁଇଟି ଅନୁଷ୍ଠାନ ସାମ୍ବାଦିକ ସଂଘ ଏବଂ ଓକିଲ ସଂଘ ଉଦ୍ୟମ କଲେ ଅନେକ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଥିଲେ। ସମ୍ମାନୀତ ଅତିଥି ଡା. କାହ୍ନୁ ଦାସ ସାମ୍ବାଦିକ ମାନଙ୍କୁ ସରକାର କଳାକାର ଏବଂ ଅନ୍ୟମାନଙ୍କ ଭଳି ସମ୍ମାନ ଜନକ ଭତ୍ତା ଦେବା ଆବଶ୍ୟକ ବୋଲି କହିବା ସହ ଦାବି ଶାଣିତ କରିବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ସାମୁହିକ ସ୍ୱାର୍ଥରେ ସାମ୍ବାଦିକ ଓ ସଂଘ ମନୋନିବେଶ କରୁ ବୋଲି ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ନିଜ ବକ୍ତବ୍ୟରେ ସାମ୍ବାଦିକ କିପରି ଆଞ୍ଚଳିକ ସମସ୍ୟା ଦୂର କରିବାରେ ସହାୟକ ହୋଇ ପାରୁଛନ୍ତି ତାର ଅବତାରଣା କରିଥିଲେ। ସାମ୍ବାଦିକ ମାନଙ୍କର ସୁଖ ଦୁଃଖରେ ସେ ସର୍ବଦା ସାଥୀ ହୋଇ ରହିବେ ବୋଲି ମତ ରଖିଥିଲେ।
ଏହି ଅବସରରେ କପ୍ତିପଦାରୁ ସୁଶାନ୍ତ ମହାନ୍ତି, ରାଇରଙ୍ଗପୁରରୁ ତୁଷାର କାନ୍ତ ମହାନ୍ତ, ବୈଶିଙ୍ଗାରୁ ବିମଳେନ୍ଦୁ ମହାପାତ୍ର, ଠାକୁରମୁଣ୍ଡାର ଦିଲ୍ଲୀପ କୁମାର ମହାନ୍ତ, ସାରସକଣାର ବାସୁଦେବ ପାତ୍ର ଏବଂ ଗୋପବନ୍ଧୁ ନଗର ବ୍ଲକରୁ ନିମାଇଁ ପ୍ରସାଦ ଦାଶଙ୍କୁ ମାନପତ୍ର, ଉପଢୌକନ ଓ ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଜିଲ୍ଲା ସଂଘ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଲ୍ଲୀପ କୁମାର ସାହୁ, ଡାକ୍ତର କାହ୍ନୁ ଦାସ, ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ସାମ୍ବାଦିକ ସୌରଭ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ବିଜୟ କୁମାର ନାଏକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସାମ୍ବାଦିକ ଉମାଶଙ୍କର ଦାସ ମଞ୍ଚ ପରିଚାଳନା କରିଥିବାବେଳେ ଚନ୍ଦ୍ର କୁମାର ଲଳିତେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ସୁରଜ ସିଂ କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ଦାୟିତ୍ୱ ନିର୍ବାହ କରିଥିଲେ। ସେହିପରି ସକାଳ ଅଧିବେଶନ ସଭାପତି ଅରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଙ୍ଗଠନିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସାମ୍ବାଦିକ ରଂଜିତ ଦାସଅଧିକାରୀ, ଗୌରୀଶଙ୍କର ସିହ୍ନା, ରଂଜିତ ସାହୁ, ସନ୍ତୋଷ କୁମାର ବାଛିନି, ନନ୍ଦ ଗୋସ୍ୱାମୀ, ଶରତ ତ୍ରିପାଠୀ, ଉପସଭାପତି ଦିଲ୍ଲୀପ କୁମାର ସାହୁ ପ୍ରମୁଖ ନିଜ ନିଜର ମତ ବ୍ୟକ୍ତ କରିଥିଲେ ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories