www.samajalive.in
Thursday, December 11, 2025
13.1 C
Bhubaneswar

ନିରପେକ୍ଷ ଓ ସତ୍ୟନିଷ୍ଠ ସମ୍ବାଦ ପରିବେଷଣ ବର୍ତ୍ତମାନ ସମୟର ଆହ୍ୱାନ

ସାମ୍ବାଦିକତା ହେଉ କି ସମ୍ବାଦ ପରିବେଷଣ, ତାହା ଯଦି ସତ୍ୟନିଷ୍ଠ ଓ ନିରପେକ୍ଷ ନ ହୁଏ ତେବେ ତାହା ସାମାଜିକ ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ପ୍ରକୃତ ସୂଚନାକୁ ମୂଲ୍ୟହୀନ କରିଥାଏ। ବିଶେଷ କରି କରୋନା ଭଳି ସଂକଟମୟ ପରିସ୍ଥିତିରେ ରେଡ଼ିଓ ସମ୍ବାଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସମ୍ପ୍ରତି କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ଅଗ୍ରଣୀ ପ୍ରତିଷ୍ଠାନ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମର ୪୫ତମ ସୋପାନରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ବିଭାଗର ପ୍ରଫେସର କାଞ୍ଚନ କେ. ମଲ୍ଲିକ ଯୋଗ ଦେଇ ‘କମ୍ୟୁନିଟି ରେଡ଼ିଓ ଆଣ୍ଡ କୋଭିଡ ୧୯: ମୁଭିଙ୍ଗ ବିୟଣ୍ଡ ଦ ଡିଜିଟାଲ ଡିଭାଇଡ’ ଶୀର୍ଷକ ବିଷୟ ବସ୍ତୁ ଉପରେ ମତ ରଖି ବିଭିନ୍ନ ଦୃଷ୍ଟିରୁ ରେଡ଼ିଓ ବ୍ୟବହାରର ଗୁରୁତ୍ୱପୂର୍ଣ୍ଣ ଦିଗ, ବର୍ତ୍ତମାନ ସମୟରେ କମ୍ୟୁନିଟି ରେଡ଼ିଓର ଭୂମିକା, ଭାଷା ସଂସ୍କୃତି ଓ ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗ ପାଇଁ ରେଡ଼ିଓ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଛି ଆଲୋଚନା କରିଥିଲେ। ଆନ୍ତର୍ଜାତୀୟ

ସେହିପରି ସାମ୍ବାଦିକ ଓ ସ୍ତମ୍ବକାର ଅରୁଣ କୁମାର ପଣ୍ଡା ଓ ସୁପ୍ରିମକୋର୍ଟର ଆଇନଜୀବୀ ବିଶ୍ୱରଞ୍ଜନ ପରମଗୁରୁ ଯୋଗଦେଇ ‘କୋଭିଡି ୧୯: ଦ ରୋଲ ଅଫ ଜର୍ନାଲିଜ୍ମ ଆଣ୍ଡ ଦ ରୋଲ ଅଫ ଏନଭିରନମେଣ୍ଟାଲ କ୍ରାଇସିସ ଇନ ଓଡିଶା’ ଶୀର୍ଷକ ପ୍ରସଙ୍ଗ ଉପରେ କହିଥିଲେ ଯେ ମହାମାରୀ ସମୟରେ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦ ପରିବେଷଣ ସାମ୍ବାଦିକମାନଙ୍କ ମୌଳିକ ଆଭିମୁଖ୍ୟ ହେବା ଜରୁରୀ। ଆଇନଜୀବୀ ପରମଗୁରୁ ଜଳବାୟୁ ପରିବର୍ତ୍ତନ ଓ ଖଣିଜ ସମ୍ପଦ ବିନିଯୋଗ, ଜଙ୍ଗଲ ନଷ୍ଟ ଓ ଜଗତିକରଣର ବିକାଶ କିପରି ପରିବେଶ ପ୍ରଦୂଷଣର କାରଣ ହେଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।

- Advertisement -

ଏହି ୱେବିନାରରେ କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା, ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories