www.samajalive.in
Monday, December 8, 2025
13.1 C
Bhubaneswar

ସାଜଦ ଲୋନ୍‍ଙ୍କୁ ମୁଖ୍ୟମନ୍ତ୍ରୀ କରିବା କେନ୍ଦ୍ର ଚାହୁଁଥିଲା : ରାଜ୍ୟପାଳ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟପାଳଙ୍କ ପ୍ରତି ଯେଉଁ ଆରୋପ ଲଗାଇ ଆସୁଥିଲେ ତାହାର ସତ୍ୟତା ମଙ୍ଗଳବାର ପ୍ରକାଶ ପାଇଛି। ରାଜ୍ୟପାଳ ସତ୍ୟ ପାଲ ମଲିକ ନିଜ ପଦକ୍ଷେପକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ‘ସେ ଇତିହାସରେ ଜଣେ ଅସାଧୁ ରାଜ୍ୟପାଳ ଭାବେ ସ୍ଥାନ ପାଇବାକୁ ଚାହାନ୍ତି ନାହିଁ। କେନ୍ଦ୍ର ସରକାର ସାଜଦ ଲୋନ୍‍ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚାହୁଁଥିଲେ ଓ ଲୋନ୍‍ଙ୍କୁ ଏଥିପାଇଁ ସୁଯୋଗ ଦେବା ପାଇଁ ତାଙ୍କୁ ଇଙ୍ଗିତ ଥିଲା।
ପିପୁଲ୍ସ କନ୍‍ଫରେନ୍ସ ନେତା ସାଜଦ ଲୋନ୍‍ଙ୍କ ଦଳର ସଦସ୍ୟ ସଂଖ୍ୟା ମାତ୍ର ଦୁଇ ଜଣ । ହେଲେ ଗତ ବୁଧବାର ସେ ବିଜେପିର ୨୫ ସଦସ୍ୟଙ୍କ ସମର୍ଥନରେ ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ହ୍ୱାଟ୍ସ ଆପ୍‍ ଯୋଗେ ଦାବି କରିଥିଲେ। ଅନ୍ୟ ୧୮ ବିଧାୟକଙ୍କର ତାଙ୍କପ୍ରତି ସମର୍ଥନ ଥିବା ସେ ଦାବି କରିଥିଲେ; କିନ୍ତୁ ଏ ସଂନ୍ତ୍ରାନ୍ତ ସବିଶେଷ ତଥ୍ୟ ବା ତାଲିକା ରାଜ୍ୟପାଳଙ୍କୁ ପ୍ରଦାନ କରି ନ ଥିଲେ। ଏହି ଘଟଣା ପରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ଓ ନ୍ୟାସନାଲ କନ୍‍ଫରେନ୍ସ(ଏନ୍‍ସି) ତୁରନ୍ତ ମେଣ୍ଟ ଗଠନ ପୂର୍ବକ କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଫାକ୍ସ ମାଧ୍ୟମରେ ଦାବି ଉପସ୍ଥାପନ କରିଥିଲେ। ଏହି ମେଣ୍ଟ ମଧ୍ୟ ସମର୍ଥକ ବିଧାୟକଙ୍କ ତାଲିକା ପ୍ରଦାନ କରି ନଥିଲା। ସରକାର ଗଠନ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଲକ୍ଷ୍ୟ କରି ରାଜ୍ୟପାଳ କାହାକୁ ସରକାର ଗଠନ ସୁଯୋଗ ନ ଦେଇ ତୁରନ୍ତ ବିଧାନସଭା ଭଙ୍ଗ କରିଥିଲେ। ପରଦିନ ସେ ନିଜ ପଦକ୍ଷେପର ଯଥାର୍ଥତା ଦର୍ଶାଇଥିଲେ ଓ ଘୋଡ଼ା ବେପାର ବନ୍ଦ କରିବା ପାଇଁ ବିଧାନସଭା ଭଙ୍ଗ କରିଥିବା କହିଥିଲେ। ନାଟକୀୟ ଭାବେ ବିଧାସଭା ଭଙ୍ଗ କରିବାକୁ ନେଇ ପିଡିପି ମେଣ୍ଟ ରାଜ୍ୟପାଳଙ୍କୁ ଦୋଷାରୋପ କରିଥିଲା ଓ କେନ୍ଦ୍ର ସରକାର ତଥା ବିଜେପି ନିର୍ଦେଶରେ ରାଜ୍ୟପାଳ ଏଭଳି ତରବରିଆ ପଦକ୍ଷେପ ନେଇଥିବା ଅଭିଯୋଗ କରିଥିଲା। ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ରାଜ୍ୟପାଳଙ୍କ ପ୍ରତି ସମାନ ଆରୋପ ଲଗାଇଥିଲେ; ଯାହାକୁ ରାଜ୍ୟକାଳ ଖଣ୍ଡନ କରିଥିଲେ। ‘ବିଧାନସଭା ଭଙ୍ଗ ପଛରେ କୌଣସି ରାଜନୈତିକ ଚାପ ନ ଥିଲା କିମ୍ବା କେନ୍ଦ୍ର ସରକାର ହସ୍ତକ୍ଷେପ କରି ନ ଥିଲେ’ ବୋଲି କହିଥିଲେ।
ସରକାର ଗଠନ ପାଇଁ ଯଦି ଆନ୍ତରିକତା ଥିଲା; ତେବେ ପିଡିପି ମେଣ୍ଟର ନେତୃବୃନ୍ଦ ତାଙ୍କୁ ସାକ୍ଷାତ କରିପାରି ଥାଆନ୍ତେ ବୋଲି କହିଥିଲେ। ଏହାଛଡ଼ା ସାଜଦ ଲୋନ୍‍ ତାଙ୍କ ବିଧାୟକଙ୍କୁ ଧମକଚମକ ଦିଆଯାଉଥିବାର ଅଭିଯୋଗ ଆଣିଥିଲେ; ଏଭଳି ପରିସ୍ଥିତିରେ ବିଧାନସଭା ଭଙ୍ଗ ମାଧ୍ୟମରେ ସାନି ନିର୍ବାଚନ ପାଇଁ ପଥ ପରିଷ୍କାର କରିବା ଉଚିତ ଥିଲା ବୋଲି ରାଜ୍ୟପାଳ କହିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories