www.samajalive.in
Saturday, December 13, 2025
21.1 C
Bhubaneswar

ବିଦେଶୀ ମଦ ଦୋକାନ ଉପରେ ଚଢାଉ: ୧୨୭ ଲିଟର ମଦ ଜବତ, ୨ ଗିରଫ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଉଖୁଣ୍ଡା ଠାରେ ରହିଥିବା ବିଦେଶୀ ମଦ ଦୋକାନ ଏବଂ ବଜାରେ ରହିଥିବା ବିଭିନ୍ନ ହୋଟେଲରେ ନକଲି ବିଦେଶୀ ମଦ କାରବାର ହେଉଥିବା ସମ୍ପର୍କରେ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଡେପୁଟି କମିଶର ପାଖରେ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ। ଉତ୍ତରାଞ୍ଚଳ ଡେପୁଟି କମିଶନର ଜନସାଧାରଣଙ୍କ ଅଭିଯୋଗକୁ ପାଇବା ସହିତ ଏହାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଉତ୍ତରାଞ୍ଚଳ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା ଏବଂ କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦେଶରେ ଶନିବାର ଦିନ ସମ୍ବଲପୁର ଗୁଇନ୍ଦା ବିଭାଗ ଏବଂ ଝୁମ୍ପୁରା ଅବକାରୀ ଟିମ ମିଳିତ ହୋଇ ଅଚାନକ ଚଢାଉ କରିଥିଲେ। ଉଖୁଣ୍ଡା ବିଦେଶୀ ମଦ ଦୋକାନ ପକ୍ଷରୁ ହାତ ତିଆରୀ ମଦକୁ ବିଦେଶୀ ମଦର ଛାପା ଲଗାଇ ଅବାଧରେ ବିକ୍ରୀ କରିଚାଲିଥିଲେ। ଉଖୁଣ୍ଡା ବିଦେଶୀ ମଦ ଦୋକାନରେ ଚଢାଉ କରିବା ସମୟରେ ତାଙ୍କ ପାଖରୁ ହାତ ତିଆରୀ ବିଦେଶୀ ମଦ ୮୮.୩୮୦ ଲିଟର ଜବଦ କରିବାକୁ ସକ୍ଷମ ହୋଇଛନ୍ତି। ଏତେ ପରିମାଣର ନକଲି ବିଦେଶୀ ମଦ ଜବଦ ହୋଇଥିବାରୁ ଏହି ମଦ ଦୋକନର ମ୍ୟାନେଜର ଦିନେଶ ପ୍ରସାଦକୁ ଅବକାରୀ ବିଭାଗ ଗିରଫ କରିଛି। ସେହିପରି ଉଖୁଣ୍ଡା ବଜାରରେ ରହିଥିବା ବିଭିନ୍ନ ହୋଟେଲ ରେ ଚଢାଉ କରାଯାଇଥିଲା। ବଜାର ଗୋଟାଏ ହୋଟେଲରୁ ୩୮.୯୧୦ ଲିଟର ବିଦେଶୀ ନକଲି ମଦକୁ ଜବଦ କରିବା ସହିତ ଉକ୍ତ ହୋଟେଲର କର୍ମଚାରୀ ଉଚିତ ନାୟକଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ବେଆଇନ ଭାବେ ନକଲି ମଦ ବିକ୍ରି କରୁଥିବା ଦୁଇ ଜଣକୁ ଗିରଫ କରିବା ସହିତ ସେମାନଙ୍କ ବିରୋଧରେ ଅବକାରୀ ଆଇନ ବଳରେ ଦୁଇଟି ପୁଥକ ପୁଥକ ମାମଲା ରୁଜୁ କରିବା ସହିତ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉ ସମୟରେ ସମ୍ବଲପୁର ଗୁଇନ୍ଦା ସଂସ୍ଥାରେ ଡେପୁଟି ଅଧିକାରୀ ବିଷ୍ଣୁଚରଣ ମଣ୍ଡଳ, ଆଇଆଇସି ଶ୍ରୁତିକାନ୍ତ ରାଉତ, ଏସ୍‍ଆଇ କାର୍ତ୍ତିକ ଚରଣ ମଲ୍ଲିକ, ଝୁମ୍ପୁରା ଅବକାରୀ ଭାରପ୍ରାପ୍ତ ଅଧିକାରୀ ଡିଲେଶ୍ୱର ନାଏକ ଙ୍କ ସହିତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories