www.samajalive.in
Friday, December 12, 2025
14.1 C
Bhubaneswar

ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାମରେ ଏତଲା

ଝାରସୁଗୁଡ଼ା: ଝାରସୁଗୁଡ଼ାର ଜଣେ ଓକିଲ ମେ​‌େ​‌ହନ୍ଦୀ ରେଜା ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମରେ ଫେସବୁକରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ଟାଉନ ଥାନାରେ ଅଭି​‌େ​‌ଯାଗ ହୋଇଛି। ମେହେନ୍ଦୀ ରେଜା ସାମାଜିକ ଗଣମାଧ୍ୟମ ଫେସ୍‌ବୁଗ୍‌ରେ ଅଶ୍ଲିଳ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ପରବର୍ତ୍ତି ସମୟରେ ପୂର୍ବରୁ ଦେଇଥିବା ମନ୍ତବ୍ୟ ଠିକ୍ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ଝାରସୁୁଗୁଡ଼ା କରନି ସେନା ପକ୍ଷରୁ ଏନେଇ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ଯେ, ଝାରସୁଗୁଡ଼ା ମଙ୍ଗଳବଜାର ନିବାସୀ ମେହେନ୍ଦୀ ରେଜା ପେଶାରେ ଜଣେ ଓକିଲ । ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ଅଶ୍ଲିଳ ଓ ଆପତ୍ତିଜନକ ମନ୍ତବ୍ୟ ଦେବା ଅଶୋଭନୀୟ । ଅଭିନେତ୍ରୀ କଙ୍ଗନା ନବରାତ୍ରି ଉପଲକ୍ଷେ ଫେସବୁକରେ କିଛି ଚିତ୍ର ଛାଡ଼ିଥିବା ବେଳେ ମେହେନ୍ଦୀ ରେଜା ସେଥିରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତାଙ୍କର ଏଭଳି ମନ୍ତବ୍ୟ ଫଳରେ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆସିବା ସହ ହିନ୍ଦୁ ଜନଭାବନା ପ୍ରତି ଆଘାତ ଲାଗିଛି ବୋଲି କରଣୀ ସେନା ପକ୍ଷରୁ କୁହାଯାଇଛି । ଏଣୁ ମେହେନ୍ଦୀ ରେଜାଙ୍କ ବିରୋଧରେ ଆଇନଗତ କାର୍ଯ୍ୟା’ନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ତେବେ ଏହି ବିବାଦ ଘାନଇବା ପରେ ପରେ ମେହେନ୍ଦୀଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଛି। ଏହାଛଡ଼ା ନିଜ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି ଓ ଏହାର କେହି ଦୂରୁପଯୋଗ କରୁଛି ବୋଲି ​‌େ​‌ସ ସ୍ପଷ୍ଟିକରଣ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories