www.samajalive.in
Friday, December 5, 2025
23.1 C
Bhubaneswar

ଥାନା ସମ୍ମୁଖରେ ୩ ଘଣ୍ଟା ଲୁଟ୍‌ପାଟ: ୧୪ ଲକ୍ଷ ଟଙ୍କା, ୮୦୦ ଗ୍ରାମ ସୁନା, ୨ କିଲୋ ରୁପା ନେଇ ଛୁ

ଝାରସୁଗୁଡ଼ା: ଟାଉନ ଥାନା ପୁଲିସକୁ ଖୋଲା ଆହ୍ବାନ ଦେଇଛନ୍ତି ଡକାୟତ। ବୁଧବାର ସନ୍ଧ୍ୟାରେ ଥାନା ସମ୍ମୁଖ ଜଣେ ବ୍ୟବସାୟୀଙ୍କ ଘରେ ପଶି ୪ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଓ ଛୁରି ଦେଖାଇ ପରିବାରର ସମସ୍ତଙ୍କ ହାତ ଗୋଡ଼ ବାନ୍ଧିଦେବା ସହ ୩ ଘଣ୍ଟା କାଳ ଲୁଟ୍‌ପାଟ କରିଛନ୍ତି। ଘରର ସବୁ ସାମଗ୍ରୀ ଏଣେତେଣେ ଫିଙ୍ଗିବା ସହ ନଗଦ ୧୪ ଲକ୍ଷ ଟଙ୍କା, ୮୦୦ ଗ୍ରାମର ସୁନା ଓ ୨ କିଲୋର ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏମିତି କି ଦୁଇ ମହିଳା, ବୃଦ୍ଧ ବ୍ୟକ୍ତି ଓ ପୁଅକୁ ହତ୍ୟା ଉଦ୍ୟମ କରିଛନ୍ତି। ସନ୍ଧ୍ୟା ସାଢ଼େ ୮ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଲୁଟ୍‌ତରାଜ ଚାଲିଥିବାବେଳେ ପୁଲିସ ସୁରାଗ ପାଇନଥିଲା। ଗୁରୁବାର ସୁଦ୍ଧା ୨୪ଘଣ୍ଟା ବିତିଥିଲେ ମଧ୍ୟ ପୁଲିସ ହାତବାନ୍ଧି ବସିଛି। ଝାରସୁଗୁଡ଼ା ଟାଉନ ଥାନାର ୧୦୦ ମିଟର ଦୂର ମନମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ମୁକେଶ ବୁଛୱାନୀଙ୍କ ଏକ ପାନ ମସଲାର ହୋଲସେଲ ଦୋକାନ ରହିଛି।

ସେ ବୁଧବାର ରାତି ସାଢ଼େ ୮ଟାବେଳେ ଦୋକାନ ବନ୍ଦ କରୁଥିଲାବେଳେ ୪ ଜଣ ମୁଖାପିନ୍ଧା ଦୁବୃର୍ତ୍ତ ହଠାତ୍‌ ପହଞ୍ଚି ତାଙ୍କୁ ଛୁରି ଦେଖାଇ ଧମକ ଦେଇଥିଲେ। ପରେ ଏକ ବନ୍ଧୁକ ଦେଖାଇ ଦୋକାନ ପାର୍ଶ୍ବରେ ଅବସ୍ଥିତ ଘର ଭିତରକୁ ଯିବାକୁ କହିଥିଲେ। ମୁକେଶଙ୍କୁ ଘର ଭିତରକୁ ଜୋର ଜବରଦସ୍ତ ନେଇ ପଶିଯିବା ସହ ଘରେ ଥିବା ବୃଦ୍ଧ ବ୍ୟକ୍ତି ଓ ୨ ମହିଳାକୁ କପଡ଼ାରେ ବାନ୍ଧି ଦେଇଥିଲେ। ପରେ ଝିଅକୁ ଟିଉସନ୍‌ରୁ ଡକାଇ ତାକୁ ମଧ୍ୟ ବାନ୍ଧି ଦେଇଥିଲେ। ବାହାରେ ଥିବା ମୁକେଶଙ୍କ ପୁଅଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇ ସମସ୍ତଙ୍କୁ ଗୋଟିଏ ସ୍ଥାନରେ କପଡ଼ାରେ ବାନ୍ଧି ପକାଇଥିଲେ। ସାଢ଼େ ୮ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପାଖାପାଖି ୩ ଘଣ୍ଟା କାଳ ସେମାନେ ଘର ଛାନ୍‌ଭିନ୍‌ କରିବା ସହ ସମସ୍ତ ସାମଗ୍ରୀକୁ ଏଣେତେଣେ ଫିଙ୍ଗି ଦେଇଥିଲେ। ଆଲମିରାରେ ଥିବା ୮୦୦ ଗ୍ରାମର ସୁନା ଓ ୨ କିଲୋର ରୁପା ଅଳଙ୍କାର ସହ ନଗଦ ୧୪ ଲକ୍ଷ ଟଙ୍କା ନେଇ ପ୍ରାୟ ସାଢ଼େ ୧୧ଟାବେଳେ ଫେରାର ହୋଇଯାଇଥିଲେ। ଗଲାବେଳେ ଏ ବିଷୟରେ କାହାକୁ କହିଲେ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଯାଇଥିଲେ। ସେମାନେ ଏକ ବନ୍ଧୁକ ଛାଡ଼ି ପଳାଇଥିବା ଜଣାପଡ଼ିଛି। ଡକାୟତମାନେ ୨ ମହିଳାଙ୍କ ହାତକୁ ଏତେ ଜୋରରେ ବାନ୍ଧିଥିଲେ ଯେ ସେମାନଙ୍କ ହାତ ଫୁଲିଯାଇଛି।

- Advertisement -

ଛୁରାମାଡ଼ରେ ମୁକେଶ ମଧ୍ୟ ଆହତ ହୋଇଛନ୍ତି।
ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଏପରି ଡକାୟତି ଚାଲିଥିବାବେଳେ ପୁଲିସ ଜାଣିପାରିଲା ନାହିଁ। ମନମୋହନ ସ୍କୁଲ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ଡକାୟତମାନେ ପୁଲିସକୁ ଖାତିର ନକରି ଏପରି ଲୁଟ୍‌ତରାଜ ଚଳାଇବା ପୁଲିସ ପାଇଁ ଆହ୍ବାନ ହୋଇଛି। ଟାଉନ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ବିଫଳତା ନେଇ ନାନା ଅଭିଯୋଗ ରହିଥିବାବେଳେ ମୁକେଶ ଅଭିଯୋଗକ୍ରମେ ସନ୍ଧାନୀ କୁକୁର ଓ ପୁଲିସ ଦଳ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ଡକାୟତମାନେ ଜଣେ ବୃଦ୍ଧାଙ୍କ ହତ୍ୟା କରି ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିଲେ। ଏହାର ସପ୍ତାହକ ପରେ ପୁଲିସ ହତ୍ୟା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories