www.samajalive.in
Sunday, December 14, 2025
14.1 C
Bhubaneswar

ଓଡ଼ିଆ ଝିଅ କଳ୍ପନା ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ !

କଟକ/ବହଳଦା: ଲାଭଜନକ ପଦବୀ(ଅଫିସ୍‌ ଅଫ୍‌ ପ୍ରଫିଟ୍‌)ରେ ବିବାଦୀୟ ହୋଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ନିଷ୍ପତ୍ତି ଏବେ ରାଜ୍ୟପାଳଙ୍କ ଠାରେ ଅଟକିଛି । ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ବିଧାୟକ ପଦ ରଦ୍ଦ ଏକପ୍ରକାର ନିଶ୍ଚିତ ଥିବାବେଳେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବେ । ଏପରି ସ୍ଥିତିରେ ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ୍‌ଙ୍କୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ କରାଯିବା ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କଳ୍ପନାଙ୍କୁ ନେଇ କେବଳ ଝାଡ଼ଖଣ୍ଡ ନୁହେଁ ଏବେ ଓଡ଼ିଶାରେ ମଧ୍ୟ ଚର୍ଚ୍ଚା ବଢିଛି । କାରଣ କଳ୍ପନା ହେଉଛନ୍ତି ଆଦିବାସୀ ଓଡ଼ିଆ ଝିଅ । ତାଙ୍କ ଘର ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସଦର ମହକୁମା ବହଳଦା ବ୍ଲକ୍‌ ବାସିଙ୍ଗୀ ପଞ୍ଚାୟତର ତେନ୍ତଳା ଗାଁରେ। କଳ୍ପନାଙ୍କ ବାପା ଆନପ୍ପା ମାଝୀ ଜଣେ ଭଲ ଫୁଟବଲ ଖେଳାଳି ଓ ଅବସରପ୍ରାପ୍ତ ସେନା କର୍ମଚାରୀ । ମାଆ ସିଂଗ ମୁର୍ମୁ ଜଣେ ଗୃହିଣୀ।

ବାପା ଆନପ୍ପା ପଞ୍ଜାବରେ ସେନା ଚାକିରି କରୁଥିବା ବେଳେ କପୁରତାଲାରେ କଳ୍ପନା ଜନ୍ମ ହୋଇଥିଲେ। କଳ୍ପନା ହେଉଛନ୍ତି ବଡ଼ ଝିଅ। ବାପାଙ୍କ ଚାକିରିର ବଦଳି ସମୟରେ ସେ କୋଲକାତା, ଅମ୍ବାଲା, ଆହ୍ଲାବାଦ, ଶ୍ରୀନଗର ଆଦି ବିଭିନ୍ନ ସହରରେ ପାଠ ପଢ଼ିଥିଲେ। ଏଥିସହ ସେ ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ଓ ବାରିପଦାର ଏମ୍‌ପିସି କନିଷ୍ଠ ମହାବିଦ୍ୟାଳୟରୁ ଯୁକ୍ତଦୁଇ ପଢିଥିଲେ। ପରେ କଳ୍ପନା ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବି-ଟେକ୍‌ କରିଥିଲେ। ପରେ କୋଲକାତାରେ ଏମ୍‌ବିଏ କରିଥିଲେ। ପାଠପଢ଼ା ସରିବା ବାରିପଦା ଫେରି ବାବା-ମାଆଙ୍କ ସହ ରହୁଥିଲେ କଳ୍ପନା। ୨୦୦୬ ଫେବୃଆରୀ ୭ ତାରିଖରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ଙ୍କ ପୁଅ ହେମନ୍ତ ସୋରେନଙ୍କ ସହିତ କଳ୍ପନାଙ୍କ ବିବାହ ବାରିପଦାରେ ହୋଇଥିଲା। ବିବାହ ପରେ ହେମନ୍ତଙ୍କ ସହିତ କଳ୍ପନା ଶାଶୁଘର ଝାଡ଼ଖଣ୍ଡ ଚାଲି ଯାଇଥିଲେ। ଘର ସଂସାର ଭିତରେ ନିଜକୁ ସୀମିତ ରଖୁଥିବା କଳ୍ପନା ରାଜନୀତିଠାରୁ ଦୂରେଇ ରହୁଥିଲେ; କିନ୍ତୁ ନିର୍ବାଚନ ପ୍ରଚାର ବେଳେ ସେ ସ୍ୱାମୀଙ୍କୁ ସହଯୋଗ କରୁଥିଲେ। ଏବେ ହେମନ୍ତଙ୍କ ବିଧାୟକ ପଦ ରଦ୍ଦ ହେବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଏପରିସ୍ଥିତିରେ ସ୍ବାମୀଙ୍କ ସ୍ଥାନରେ ଓଡ଼ିଆ ଝିଅ କଳ୍ପନା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ବଢିଛି।

Hot this week

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

Related Articles

Popular Categories