ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ୮୧ଟି ବିଧାନସଭା ଆସନ ଲାଗି ଆଜି ଭୋଟ ଗଣନା ଜାରି ରହିଛି। ସର୍ବଶେଷ ସମ୍ବାଦ ଅନୁଯାୟୀ ଏପର୍ଯ୍ୟନ୍ତ ୬୨ଟି ଆସନ ପାଇଁ ଫଳାଫଳ ଘୋଷଣା ହୋଇଛି। ବିଜେପିକୁ ୧୮ଟି ଆସନ ମିଳିଥିବା ବେଳେ ଜେ.ଏମ୍.ଏମ୍., କଂଗ୍ରେସ ଏବଂ ଆର୍.ଜେ.ଡି.କୁ ୩୯ଟି ଆସନ ମିଳିଛି।
ଅନ୍ୟ ପକ୍ଷରେ ଏ.ଜେ.ଏସ୍.ୟୁ.କୁ ୨ଟି ଆସନ ମିଳିଥିବା ବେଳେ ସି.ପି.ଆଇ.ଏମ୍.ଏଲ୍.କୁ ଗୋଟିଏ ଆସନ ମିଳିଛି। ଜେ.ଭି.ଏମ.କୁ ୨ ଆସନ ମିଳିଥିବା ଜଣାପଡିଛି।



