ପିଲା ବେଳୁ ଲୋକଙ୍କ ମାର୍ଗଦର୍ଶକ ଥିଲେ ଯୀଶୁ
ଜୋସେଫ ପ୍ରତିବର୍ଷ ନିଜ ପରିବାର ସହ ଉତ୍ସବ ପାଳନ କରିବା ନିମନ୍ତେ ନାସରତ ସହରରେ ଥିବା ଯରୁଶଲେମ ଯାଆନ୍ତି। ନାସରତ ଠାରୁ ଯରୁଶଲେମ ଅନେକ ଦୂର ଅଟେ। ନାସରତ ଠାରୁ ଯରୁଶଲେମ ଯିବା ପାଇଁ ପ୍ରାୟ ତିନି ଦିନ ସମୟ ଲାଗୁଥିଲା।
ସମୟ ବଢିବା ସହ ଜୋସେଫ ପରିବାର ବଡ ହୋଇ ଯାଇଥିଲା। ଯୀଶୁଙ୍କ ସମେତ ତାଙ୍କର ଅନେକ ସନ୍ତାନ ଥିଲେ। ଜୋସେଫଙ୍କୁ ସେହି ସନ୍ତାନମାନଙ୍କର ଲାଳନପାଳନ କରିବାକୁ ପଡୁଥିଲା। ପ୍ରତିବର୍ଷ ପରି ଜୋସେଫ ଓ ମେରି ସେହିବର୍ଷ ନିଜର ସମସ୍ତ ସନ୍ତାନମାନଙ୍କୁ ନେଇ ଉତ୍ସବ ପାଳନ ନିମନ୍ତେ ଯରୁଶଲେମ ଆସିଥିଲେ। ଉତ୍ସବ ପାଳନ କରି ସାରିବା ପରେ ଜୋସେଫ ଓ ମେରି ନିଜ ସହର ନାସରତକୁ ଯିବା ସମୟରେ ଯୀଶୁ ତାଙ୍କ ସହ ନଥିଲେ। ଯୀଶୁଙ୍କୁ ନ ପାଇ ସେମାନେ ନିଜ ବନ୍ଧୁବାନ୍ଧବ ଓ ସାଙ୍ଗସାଥିଙ୍କ ମଧ୍ୟରେ ଖୋଜିଥିଲେ। କିନ୍ତୁ ଯୀଶୁ ସେମାନଙ୍କ ପାଖରେ ମଧ୍ୟ ନଥିଲେ। ଯୀଶୁଙ୍କ ଖୋଜିବା ପାଇଁ ପିତାମାତା ଯରୁଶଲେମ ପୁଣି ଗଲେ।
ଯେତେବେଳେ ସେମାନେ ଯରୁଶଲେମର ମନ୍ଦିରରେ ପହଞ୍ଚିଲେ ଯୀଶୁଙ୍କୁ ଜଣେ ଶିକ୍ଷକଙ୍କ ନିକଟରେ ବସିଥିବାର ଦେଖିବାକୁ ପାଇଥିଲେ। ସେଠାରେ ଯୀଶୁ ଧ୍ୟାନର ସହ ଶିକ୍ଷକଙ୍କ କଥା ଶୁଣୁଥିଲେ ଓ ପ୍ରଶ୍ନ ମଧ୍ୟ ପଚାରୁଥିଲେ। ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ, ଛୋଟ ବେଳୁ ଯୀଶୁ ବହୁତ ବୁଦ୍ଧିମାନ କିପରି ଥିଲେ । ସେ ବାଇବେଲରୁ ଯାହା ଶିଖୁଥିଲେ ତାହାକୁ ସମସ୍ତଙ୍କୁ ଶିଖାଉଥିଲେ। ପିଲା ବେଳୁ ବାଇବେଲ ବିଷୟରେ ଜାଣିବା ଓ ଶିଖିବା ପ୍ରତି ତାଙ୍କର ଅତ୍ୟନ୍ତ ଇଚ୍ଛା ଥିଲା।
ଯୀଶୁଙ୍କୁ ଦେଖି ମାତା ମେରି ତାଙ୍କ ନିକଟକୁ ଯାଇଥିଲେ। ତାଙ୍କୁ କହିଲେ ଯେ, ପୁଅ, ତୁମେ ଆମ ସହ ଏପରି କାହିଁକି କଲ? ଆମେ ତୁମକୁ ନ ପାଇ ଅତ୍ୟନ୍ତ ବ୍ୟସ୍ତ ହୋଇ ଯାଇଥିଲୁ। ଏହା ଶୁଣି ଯୀଶୁ ମେରିଙ୍କୁ କହିଲେ ଯେ, ତୁମେ ମୋତେ କାହିଁକି ଖୋଜୁଥିଲ? ତୁମକୁ କ’ଣ ଜଣା ନାହିଁ କି ମୋତେ ମୋ ବାପାଙ୍କ ଘରେ ରହିବା ଉଚିତ।
ଯୀଶୁଙ୍କୁ ସର୍ବଦା ସେଠାରେ ରହିବାକୁ ଭଲ ଲାଗୁଥିଲା ଯେଉଁଠାରେ ପରମେଶ୍ବରଙ୍କ ବିଷୟରେ କିଛି ଶିଖିବାକୁ ମିଳୁଥିଲା। ସେ ନିଜ ସହର ନାସରତରେ ପରମେଶ୍ବରଙ୍କ ଉପାସନା ନିମନ୍ତେ ଆୟୋଜିତ କରାଯାଇଥିବା ସଭାକୁ ନିୟମିତ ଯାଉଥିଲେ। ସେ ଖୁବ୍ ଧ୍ୟାନର ସହ ସଭାରେ ପରମେଶ୍ବରଙ୍କ ବିଷୟରେ ଶୁଣୁଥିଲେ। ସେଥିପାଇଁ ବାଇବେଲରେ ଉଲ୍ଲେଖ ଥିବା ସମସ୍ତ ବିଷୟରେ ସେ ଜାଣିପାରିଥିଲେ।