www.samajalive.in
Friday, December 12, 2025
15.1 C
Bhubaneswar

ଜେଇଇ ମେନ୍‌ ପାଇଁ ୨୦୨୦ରୁ ନୂଆ ନମ୍ବର ବ୍ୟବସ୍ଥା

ନୂଆଦିଲ୍ଲୀ : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ‘ଜେଇଇ ମେନ୍‌’ ପରୀକ୍ଷାରେ ଆସନ୍ତା ବର୍ଷ ୨୦୨୦ଠାରୁ ନୂଆ ଶୈଳୀରେ ନମ୍ବର ପ୍ରଦାନ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସ୍ପଷ୍ଟ କରାଯାଇଛି ଏବଂ ଛାତ୍ରୀଛାତ୍ରୀଙ୍କୁ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି। ଜେଇଇ ମେନ୍‌ର ପ୍ରଥମ ପତ୍ର (ବି.ଇ/ବି.ଟେକ୍‌) ଓ ଦ୍ବିତୀୟ ପତ୍ର (ବି.ଆର୍କ/ ବି. ପ୍ଲାନିଂ ପରୀକ୍ଷା କଂପ୍ୟୁଟର ଆଧାରିତ (ସିବିଟି) ହେବ। ବି.ଆର୍କ ପାଇଁ ଚିତ୍ର ପରୀକ୍ଷା ଅଫ୍‌-ଲାଇନ୍‌ (କାଗଜ-କଲମ)ରେ ହେବ। ପ୍ରଥମ ପତ୍ର ପରୀକ୍ଷା ଏକାଧିକ ଉତ୍ତର ପସନ୍ଦ ଭିତ୍ତିକ (ଏମ୍‌ସିକ୍ୟୁ) ହେବ। ଏଥିରେ ଗଣିତ, ପଦାର୍ଥ ଓ ରସାୟନ ବିଜ୍ଞାନର ୨୦ଟି ଏମ୍‌ସିକ୍ୟୁ ରହିବ ଓ ସବୁଗୁଡ଼ିକର ନମ୍ବର ସମାନ ହେବ। ପାଞ୍ଚଟି ପ୍ରଶ୍ନ ନ୍ୟୁମୋରିକାଲ ହେବ। ପ୍ରତ୍ୟେକ ସଠିକ ଉତ୍ତର ପାଇଁ ୪ ନମ୍ବର ଧାର୍ଯ୍ୟ ହୋଇଥିବାବେଳେ ଭୁଲ ଉତ୍ତର ପାଇଁ ୧ ନମ୍ବର ବିଯୁକ୍ତ ହେବ। ନ୍ୟୁମୋରିକାଲ ପ୍ରଶ୍ନରେ ସଠିକ୍‌ ଉତ୍ତର ପାଇଁ ୪ ନମ୍ବର ଓ ଭୁଲ ଉତ୍ତର ପାଇଁ ଶୂନ୍ୟ ନମ୍ବର ମିଳିବ। ପ୍ରଥମ ପତ୍ରରେ ୭୫ଟି ପ୍ରଶ୍ନ ପାଇଁ ମୋଟ ନମ୍ବର ୩୦୦ ରହିବ। ପରୀକ୍ଷା ଅବଧି ତିନି ଘଣ୍ଟା ଧାର୍ଯ୍ୟ ହୋଇଛି। ସେହିଭଳି ଦ୍ବିତୀୟ ପତ୍ରକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଏନ୍‌ଟିଏ ୱେବ୍‌ସାଇଟ୍‌ରେ ବିସ୍ତୃତ ଭାବେ ନୂଆ ନମ୍ବର ବ୍ୟବସ୍ଥା ସନ୍ନିବେଶିତ ହୋଇଥିବା କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories