www.samajalive.in
Saturday, December 6, 2025
26.1 C
Bhubaneswar

ମାନବିକତା ଦେଖାଇଲେ ପୁଲିସ ଏସ୍ଆ‌ଇ: ଅସହାୟ ବୃଦ୍ଧଙ୍କୁ ବିଲରୁ ଉଦ୍ଧାର କଲେ

କଲମପୁର: ମାନବିକତା ଦେଖାଇଲେ ପୁଲିସ ଏସଆଇ। ଦୁଇ ଦିନ ଧରି ଜଣେ ବୃଦ୍ଧ ଅସହାୟ ଅବସ୍ଥାରେ ଜୟପାଟଣା ଦୁଲକିବନ୍ଧ ଗୌନ୍ତିଆପଡା ନିକଟସ୍ଥ ଏକ ଜମିରେ ପଡି ରହିଥିଲେ। ସେହି ରାସ୍ତା ଦେଇ ଅନେକ ଲୋକ ଯିବା ଆସିବା କରୁଥିଲେ। ହେଲେ କେହି ଦୃଷ୍ଟି ଦେଇନଥିଲେ। ହେଲେ କେହି ଜଣେ ସହୃଦୟ ବ୍ୟକ୍ତି ଏ ନେଇ ବଡକୁଟ ପୁଲିସ୍ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତିଙ୍କୁ ଖବର ଦେଇଥିଲେ। ତୁରନ୍ତ ଶ୍ରୀ ମହାନ୍ତି ଜଣେ କନେଷ୍ଟବଲକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ବୃଦ୍ଧଙ୍କୁ ଜମିର କାଦୁଅ ଭିତରୁ ବାହାରକୁ ଆଣି ପାଣି ଢାଳି ସଫା କରାଯାଇଥିଲା । ଏହାପରେ ଆମ୍ବୁଲାନ୍ସ ରେ ନେଇ କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରିତାପର ବିଷୟ ଘଟଣାକୁ ଦୀର୍ଘ ୨୪ ଘଣ୍ଟା ବିତି ସାରିଥିଲେ ମଧ୍ୟ କେହି ବୃଦ୍ଧଙ୍କ ସହାୟତା ନେଇ ଆଗେଇ ଆସି ନାହାଁନ୍ତି । ଏଭଳି ପରିସ୍ଥିତିରେ ପୁଲିସ୍ ଏସଆଇଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories