www.samajalive.in
Friday, December 5, 2025
23.1 C
Bhubaneswar

ଜୟଙ୍କୁ ବିଜୟ ଟିକା, ମୋହନ ଶାସନକୁ ମୋହର

ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପ ନିର୍ବାଚନରେ ବିଜେପିର ବିଶାଳ ବିଜୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୭ ମାସର ଶାସନ କାଳ ଉପରେ ରାଜ୍ୟବାସୀଙ୍କ ମୋହର ସଦୃଶ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ବରେ ବିଜେଡି ହାତରୁ ବିଜେପି ନୂଆପଡ଼ା ଆସନ ଛଡ଼ାଇ ଆଣିଛି। ମୋହନଙ୍କ ସଫଳ ରାଜନୈତିକ ଗୋଟି ଚାଳନା ଯୋଗୁଁ ଏହି ଉପନିର୍ବାଚନରେ ବିଜୟ ହାସଲ କରିଛି ବିଜେପି। ଏହାସହ ବିଧାନସଭାରେ ବିଜେପି ସଦସ୍ୟ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି।

ନିର୍ବାଚନରେ ୫୮.୨୭% ଭୋଟ ପାଇଥିବା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩, ୭୪୮ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଘାସିରାମ ମାଝୀଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ଉପରେ ଦୀର୍ଘମିଆଦି ପ୍ରଭାବ ପକାଇବାକୁ ଯାଉଛି। ପ୍ରଥମ ଦିନରୁ ହିଁ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଉପ ନିର୍ବାଚନର ମଙ୍ଗ ଧରିଥିଲେ। ପ୍ରାର୍ଥୀ ମନୋନୟନରୁ ଆରମ୍ଭ କରି ନିର୍ବାଚନ ପରିଚାଳନା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଗତ ଅକ୍ଟୋବର ୪ରେ ସେ ଜୟଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ଦିଲ୍ଲୀରେ ଆଲୋଚନା କରିବା ପରେ ବିଜେଡିରୁ ବିଜେପିକୁ ଜୟଙ୍କ ପ୍ରବେଶ ବାଟ ଫିଟିଥିଲା। ଅକ୍ଟୋବର ୬ରେ ନିର୍ବାଚନ ଘୋଷଣା ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ନୂଆପଡ଼ା ଯାଇ ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଘୋଷଣା କରିଥିଲେ। ତତ୍‌ସଙ୍ଗେ ଖରିଆର ‌େ‌ରାଡ଼ ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ସହ ସିନାପାଲି ଓ କୋମନାକୁ ଏନଏସି ଘୋଷଣା କରିଥିଲେ। ତାହା ପୂର୍ବରୁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲାବାସୀ ମୋତେ ସବୁବେଳେ ଭେଟି ପାରିବେ ବୋଲି କହିଥିଲେ।

- Advertisement -

ଗତ କିଛି ଦିନ ଧରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ସୌମ୍ୟାଶ୍ରୀ ଆତ୍ମଦାହ, ବଳଙ୍ଗା ମହିଳା ନିର୍ଯାତନା, ମହିଳା ବିରୋଧୀ ହିଂସା ବୃଦ୍ଧି, ବ୍ରହ୍ମପୁରରେ ବିଜେପି ନେତାଙ୍କ ହତ୍ୟା, ବିଏମ୍‌ସି ଅଧିକାରୀଙ୍କୁ ବିଜେପି ନେତାଙ୍କ ମାଡ଼ମରା ଘଟଣା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମୋହନ ସରକାରଙ୍କ ଉପରେ ପ୍ରଶ୍ନ ଉଠିବା ସହ ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେଉଥିଲା। ଓଡ଼ିଶାର ଡବଲ ଇଞ୍ଜିନ ସରକାର ସ୍ଥାଣୁ ବୋଲି ବିରୋଧୀ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ନିଶାଣ କରୁଥିଲେ। କିନ୍ତୁ ନୂଆପଡ଼ା ଉପନିର୍ବାଚନ ଫଳାଫଳ ମୋହନ ସରକାରଙ୍କ ୧୭ ମାସର କାର୍ଯ୍ୟକାଳକୁ ସ୍ବୀକୃତି ଦେଇଛି। ଏହି ଫଳାଫଳ ଶ୍ରୀ ମାଝୀଙ୍କ ଶାସନ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସାଙ୍ଗଠନିକ ଦକ୍ଷତାକୁ ପ୍ରମାଣ କରିଛି। ଏହା ଦ୍ବାରା ମୁଖ୍ୟମନ୍ତ୍ରୀ ଓ ଦଳୀୟ ସଙ୍ଗଠନ ଉପରେ କେନ୍ଦ୍ରୀୟ ନେତୃତ୍ବଙ୍କ ଆସ୍ଥା ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭରସା କରି ମୋହନ ମାଝୀଙ୍କୁ ଯେଉଁ ଦାୟିତ୍ବ ପ୍ରଦାନ କରିଥିଲେ ସେଥିରେ ସେ ସଫଳ ହୋଇଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories