www.samajalive.in
Friday, December 5, 2025
20.1 C
Bhubaneswar

ଜାପାନରେ ବଡ ଧରଣର ଭୂକମ୍ପ ; ୪ ମୃତ , ସୁନାମୀ ପାଇଁ ଚେତାବନୀ

ଟୋକିଓ : ଉତ୍ତର ଜାପାନର ଫୁକୁଶିମା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବଡ ଧରଣର ଭୂମିକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୩ ରେକର୍ଡ କରାଯାଇଛି। ଏହାର କିଛି ସମୟ ପରେ ସୁନାମୀ ନେଇ ଚେତାବନୀ ଜାରି କରାଯାଇଛି। ଭୂକମ୍ପ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହି ଭୂକମ୍ପରେ ପ୍ରଥମେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହାସହ ୧୨୬ ଆହତ ମଧ୍ୟ ହୋଇଛନ୍ତି। ଅଘଟଣକୁ ଏଡାଇବା ପାଇଁ ସରକାର ପ୍ରାୟ ୨୦ ଲକ୍ଷରୁ ଅଧିକ ଘରର ବିଦ୍ୟୁତ କାଟ୍‍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୂକମ୍ପ ପରେ ଉତ୍ତର ଜାପାନର ଅନେକ ଶପିଂ ମଲ୍‍ ଅଧିକାଂଶ କ୍ଷତିଗ୍ରସ୍ତ ହୋଇଛି।
ଚଳନ୍ତା ଅବସ୍ଥାରେ ଥିବା ବୁଲେଟ୍‍ ଟ୍ରେନ ଲାଇନଚ୍ୟୁତ ହେବା ଭୂକମ୍ପର ତିବ୍ରତା ଖୁବ ଅଧିକ ଥିବା ନେଇ ଅନୁଭବ କରାଯାଉଛି। ସେହି ସମୟରେ ଟ୍ରେନରେ ପ୍ରାୟ ୧୦୦ ଜଣ ଥିଲେ। ଟ୍ରେନରେ ଥିବା କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି ବୋଲି ଜଣାପଡିଛି। ଏହାସହ ଅନେକ ଟ୍ରେନ ଓ ବୁଲେଟ ଟ୍ରେନକୁ ବାତିଲ କରାଯାଇଛି।
ଜାପାନ ପାଣିପାଗ ବିଭାଗର ସୂଚନାନୁଯାୟୀ, ଦେଶର ଉତ୍ତର-ପୂର୍ବ କ୍ଷେତ୍ରରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଭୂକମ୍ପର ପ୍ରଭାବ ଫୁକୁଶିମାର ତଟରୁ ୩ ଫୁଟ ଯାଏଁ ଜୁଆର ଉଠିବାର ସମ୍ଭବାନା ରହିଛି। ଏହା ଉପରେ ନଜର ରଖାଯାଇଛି।
ଜାପାନରେ ବୁଧବାର ରାତି ୮ଟା୦୬ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଟୋକିଓ ଠାରୁ ୨୯୭ କିମି ଦୂର ବୋଲି ଜଣାପଡିଛି। ଭୂକମ୍ପରେ ପୂର୍ବ ଜାପାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୂର୍ବ ଜାପାନର ଅନେକ ଅଞ୍ଚଳରେ ସାରା ରାତି ଭୂକମ୍ପ ଝଟକା ଅନୁଭବ ହୋଇଛି। ଡ୍ରୋନରେ ଉଠା ଯାଇଥିବା ଫଟୋରୁ ଭୂକମ୍ପ କ୍ଷୟକ୍ଷତି ଦୃଶ୍ୟ ରେକର୍ଡ କରାଯାଇଛି।
୧୧ ମାର୍ଚ୍ଚ ୨୦୧୧ରେ ଜାପାନରେ ୯ ତିବ୍ରତାର ଭୂକମ୍ପ ରେକର୍ଡ କରାଯାଇଥିଲା। ଉତ୍ତରପୂର୍ବ ଜାପାନର ଏହି ଭୂକମ୍ପ କାରଣରୁ ହୋଇଥିବା ସୁନାମୀ ପାଇଁ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଇଥିଲା।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories