ଜାମୁ କୋଳି ଖାଇବା ଶରୀର ପାଇଁ ହିତକାରକ ଅଟେ। ଜାମୁ କୋଳି ଖାଇବାକୁ ସ୍ବାଦିଷ୍ଟ ଲାଗିଥାଏ। ଏହାସହ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ହାଡ ମଜଭୂତ କରିବାରେ ସହାୟକ ହୋଇଥାଏ। ଜାମୁକୋଳି ଖାଇବାର ଅନେକ ଲାଭ ରହିଛି। ଆସନ୍ତୁ ଜାଣିବା ସେଗୁଡିକ କ’ଣ ..
ଜାମୁ କୋଳିର ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହାର ପତ୍ରକୁ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ। ତାପରେ ସେହି ପାଉଡରକୁ ନିଜ ଦାନ୍ତ ଘଷା ପେଷ୍ଟରେ ମିଶାଇ ପ୍ରତିଦିନ ଘଷନ୍ତୁ। ଏହାଦ୍ବାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ। ଏହାସହ ଦାନ୍ତ ଓ ମାଢି ମଜଭୂତ ହୋଇଥାଏ।
ଜାମୁକୋଳି ଖାଇବା ଦ୍ବାରା ମଧୁମେହ ସମସ୍ୟା ଦୂର ହୋଇଥାଏ। ଏହାଦ୍ବାରା ରକ୍ତରେ ଶର୍କରାର ମାତ୍ରା ସଠିକ ରହିଥାଏ। ମଧୁମେହ ରୋଗୀଙ୍କ ପାଇଁ ଜାମୁ କୋଳି ଖାଇବା ଲାଭଦାୟକ ହୋଇଥାଏ।
ଜାମୁକୋଳିରେ ଆଇରନ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହାସହ ରକ୍ତରେ ହିମୋଗ୍ଲୋବିନର ସ୍ତର ବଢାଇଥାଏ। ଜାମୁ କୋଳି ଖାଇବା ଦ୍ବାରା ରକ୍ତ ସଫା ରହିଥାଏ।
ଜାମୁ କୋଳିରେ ଆଣ୍ଟି-ଅକ୍ସିଡାଣ୍ଟ, ପୋଟାସିୟମ ଭରପୂର ମାତ୍ରାରେ ରହିଛି। ଏହା ହୃଦ୍ ରୋଗୀଙ୍କ ପାଇଁ ଉତ୍ତମ ଅଟେ। ଜାମୁ କୋଳି ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଏହାସହ ହୃଦୟ ମଧ୍ୟ ସୁସ୍ଥ ରହିଥାଏ।



