ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର
ଜମ୍ମୁ-କାଶ୍ମୀର: ସକାଳୁ ସକାଳୁ ଥରିଲା ଜମ୍ମୁ-କାଶ୍ମୀର । କଟରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।ସକାଳ ୭ଟା ୫୨ ମିନିଟ୍ରେ କଟରାରେ ଭୂମିକମ୍ପ ହୋଇଥିବା ବେଳେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଅନୁମାନ କରାଯାଉଛି ।
କୁକୁର ଚଢ଼ୁଛି ଲହା ଶିଡ଼ି; ଦେଖନ୍ତୁ ଭିଡିଓ
ସୂଚନା ମୁତାବକ ଆଜି ସକାଳୁ ସକାଳୁ କଟରାରେ ଭୂମିକମ୍ପ ହୋଇଥିଲା । ଲୋକମାନେ ଏହା ଜାଣିବା ପରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଭୂମିକମ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପରେ ସ୍ଥିତିରେ ନିୟନ୍ତ୍ରଣକୁ ଆସିଥିଲା । ହେଲେ କଟରାରେ ବଡ଼ ଧରଣର ଭୂମିକମ୍ପ ହୋଇନଥିବାରୁ ଏହାକୁ କୌଣସି କ୍ଷୟକ୍ଷତି ହୋଇନାହିଁ ।
Comments are closed.