www.samajalive.in
Sunday, December 7, 2025
14.1 C
Bhubaneswar

ବର୍ଷା,ବରଫ ପାତ ପାଇଁ ଜମ୍ମୁ-କାଶ୍ମୀର ରାଜପଥ ବନ୍ଦ

ଜମ୍ମୁ : ପ୍ରବଳ ବର୍ଷା ଓ ଭୂସ୍ଖଳନ ପରେ ଯାତାୟତ ପାଇଁ ଜାମ୍ମୁ ଶ୍ରୀନଗର ରାଜପଥ ବନ୍ଦ ରହିଛି। ମଙ୍ଗଳବାର ସନ୍ଧ୍ୟା ଠାରୁ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେଉଛି। ଏହାର ପ୍ରଭାବ ରାଜପଥ ସହ ବିମାନ ଉଡ଼ାଣ ଉପରେ ମଧ୍ୟ ପଡିଛି । କାଶ୍ମୀରରେ ତୁଷାରପାତ ହେତୁ ବାୟୁ ଏବଂ ରେଳ ସେବା ପ୍ରଭାବିତ ହୋଇଛି। ଖରାପ ପାଗକୁ ଦୃଷ୍ଟିରେ ରଖି କାଶ୍ମୀର ବିଶ୍ୱବିଦ୍ୟାଳୟରେ ଆଜି ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି। ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ପାହାଡ ଏବଂ ଭୂସ୍ଖଳନରୁ ପଥର ଖସିବା କାରଣରୁ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି।
ଏହି କାରଣରୁ ଅନେକ ଯାନ ବିଭିନ୍ନ ସ୍ଥାନରେ ଅଟକି ରହିଛି। ରାମବାନ୍ ଜିଲ୍ଲାର କେତେକ ସ୍ଥାନ ସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯାତାୟତ ବନ୍ଦ ରଖାଯାଇଛି। ଜାମ୍ମୁ କିମ୍ବା ଶ୍ରୀନଗରକୁ ଯାଉଥିବା କୌଣସି ଯାନକୁ ଯିବା ପାଇଁ ଅନୁମତି ଦିଆଯାଇ ନାହିଁ ।ଏହି ସମୟରେ କାଶ୍ମୀରରେ ପ୍ରବଳ ତୁଷାରପାତ ହେତୁ ବାନିହାଲରୁ କାଜିକିକୁଣ୍ଡ ପର୍ୟ୍ୟନ୍ତ ଟ୍ରେନ ସେବା ପ୍ରଭାବିତ ହୋଇଛି। ଶ୍ରୀନଗର ବିମାନ ବନ୍ଦରରୁ ବିମାନ ଚଳାଚଳ କରିବାରେ ସମସ୍ୟା ଦେଖାଦେଇଛି। ଶ୍ରୀନଗର ସହରରେ ବରଫ ପାଞ୍ଚରୁ ଛଅ ଫୁଟ ମଧ୍ୟରେ ଏବଂ ଗୁଲମର୍ଗରେ ୧୫ ଫୁଟ ପର୍ୟ୍ୟନ୍ତ ତୁଷାରପାତ ହୋଇଥିଲା।
ଖରାପ ପାଗକୁ ଦୃଷ୍ଟିରେ ରଖି କାଶ୍ମୀର ବିଶ୍ୱବିଦ୍ୟାଳୟ ବୁଧବାର ଦିନ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ସମସ୍ତ ୟୁଜି, ପିଜି ଏବଂ ବୃତ୍ତିଗତ ପାଠ୍ୟକ୍ରମର ପରୀକ୍ଷାକୁ ସ୍ଥଗିତ ରଖିଛି। ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ସ୍ଥଗିତ ପ୍ରଶ୍ନପତ୍ର ପାଇଁ ପାଇଁ ନୂତନ ତାରିଖ ଖୁବ ଶୀଘ୍ର ଜାରି କରାଯିବ।
ଅନନ୍ତନାଗ, କୁଲଗାମ କାଜିଗୁଣ୍ଡ, ବନିହାଲ, ଜବାହର ଟନେଲରେ ତୁଷାରପାତ ହୋଇଛି । ଜାମ୍ମୁ, ଉଦାମପୁର, କିଶତବାଡ, ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଜାରି ରହିଛି। ଗୁରୁବାର ଦିନ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତ୍ରା କରିବା ପୂର୍ବରୁ ଲୋକଙ୍କୁ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିବାକୁ ଟ୍ରାଫିକ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।
ପାଣିପାଗ କେନ୍ଦ୍ରର ଅଧିକାରୀମାନେ କହିଛନ୍ତି ଜାମ୍ମୁ କାଶ୍ମୀରର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେତୁ ତୁଷାରପାତ ହୋଇଛି। ଜାମ୍ମୁ ଅଞ୍ଚଳରେ ୧-୨ ଫୁଟ ବରଫ ଏବଂ ବଜ୍ରପାତ ହୋଇଛି। ଶ୍ରୀନଗର ୮.:୩୦ ପର୍ୟ୍ୟନ୍ତ ୭.୫ ଇଞ୍ଚ ବରଫ ରେକର୍ଡ କରିଛି । ଗୁରୁବାର ଠାରୁ ପାଗ ଭଲ ରହିବ ବୋଲି ଆଶା କରାଯାଉଛି। ମାସ ଶେଷ ଆଡକୁ କୌଣସି ବଡ଼ ବର୍ଷା କିମ୍ବା ତୁଷାରପାତ ହେବାର ପୂର୍ବାନୁମାନ ନାହିଁ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories